ଓଡିଶା

odisha

ETV Bharat / sitara

ପ୍ରଭାସଙ୍କ ଗାଡି କଲେକ୍ସନରେ ମହଙ୍ଗା କାର, ମୂଲ୍ୟ ଜାଣି ଉଡିଯିବ ହୋସ୍

ଫିଲ୍ମକୁ ନେଇ ନୁହେଁ ଏଥର କାରକୁ ନେଇ ଚର୍ଚ୍ଚାରେ ପ୍ରଭାସ । କାରଣ ନିଜ ଗାଡି କଲେକ୍ସନରେ ସେ ସମ୍ପୃକ୍ତ କରିଛନ୍ତି ଆଉ ଏକ କାର । ଅଧିକ ପଢନ୍ତୁ...

By

Published : Mar 29, 2021, 11:11 AM IST

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

ହାଇଦ୍ରାବାଦ: ଦମଦାର ଫିଲ୍ମ ଦେଉଥିବା ‘ବାହୁବଳୀ’ ଫେମ ପ୍ରଭାସ ମହଙ୍ଗା ଗାଡିର ସୌଖୀନ ବୋଲି ତାଙ୍କ ଫ୍ୟାନ୍ସଙ୍କୁ ଜଣା । ସେ ପ୍ରାୟତଃ ନିଜ ଗାଡି କେଲକ୍ସନରେ ନୂଆ ନୂଆ ବାଇକ୍, କାର ସାମିଲ କରୁଥିବାର ନଜର ଆସନ୍ତି । ଏଥର ମଧ୍ୟ ଏମିତି କିଛି ଦେଖିବାକୁ ମିଳିଛି । ସେ ନିଜ କାର କଲେକ୍ସନରେ ସାମିଲ କରିଛନ୍ତି ମହଙ୍ଗା କାର । ଯାହାକୁ ନେଇ ଚର୍ଚ୍ଚା । ଏଥର ସେ କିଣିଛନ୍ତି ଲାମ୍ବୋର୍ଗିନି ଆଭେଣ୍ଟାଡୋର ଏସ୍ ରୋଡଷ୍ଟାର୍ । ଯାହାର ମୂଲ୍ୟ 6 କୋଟି ଟଙ୍କା ।

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

ଏହି ମହଙ୍ଗା କାରରେ ପ୍ରଭାସଙ୍କ ଡ୍ରାଇଭ୍ ଭିଡିଓ ଓ ଫଟୋ ବର୍ତ୍ତମାନ ସୋସିଆଲ ମିଡିଆରେ ଘୁରିବୁଲୁଛି । ଯଦି ତାଙ୍କ କାର ବିଷୟରେ କଥା ହେବା ତେବେ ଅଭିନେତାଙ୍କ ପାଖରେ ପୂର୍ବରୁ ବିଏମଡବ୍ଲୁ 520ଡି, ଇନୋଭା ଖ୍ରୀଷ୍ଟା, ଜାଗୁଆର ଏକ୍ସଜେଏଲ ଏବଂ ରେଞ୍ଜ ରୋଭର ଭୋଗ ଭଳି କାର୍ ଅଛି । ପ୍ରଭାସଙ୍କ ସର୍ବଶେଷ ମୂଲ୍ୟବାନ ସମ୍ପତ୍ତିରେ ସ୍ପୋର୍ଟସ୍ କାର ମଧ୍ୟ ସାମିଲ।

ଯେହେତୁ ଭାରତୀୟ ସେଲିବ୍ରେଟଙ୍କ ମଧ୍ୟରେ ଲାମ୍ବୋର୍ଗିନି ଅନ୍ୟତମ ମୂଲ୍ୟବାନ କାର, ତେଣୁ ପ୍ରଭାସଙ୍କ ଫ୍ୟାନ୍ସ ଶାନ୍ତ ରହିପାରିଲେ ନାହିଁ ଏବଂ ଟ୍ବିଟରରେ ‘ପ୍ରଭାସ’ ସହ ‘ଲମ୍ବୋର୍ଗିନି’ ଟ୍ରେଣ୍ଡ କରିବା ଆରମ୍ଭ କରିଦେଇଛନ୍ତି ।

ପ୍ରକାଶ ଥାଉକି ପ୍ରଭାସ ବର୍ତ୍ତମାନ ଓମ୍ ରାଉତଙ୍କ ବହୁ ପ୍ରତିକ୍ଷିତ ଫିଲ୍ମ ‘ଆଦିପୁରୁଷ’ରେ ବ୍ୟସ୍ତ ଅଛନ୍ତି । ଏହାବ୍ୟତୀତ ସେ ପୂଜା ହେଗଡେଙ୍କ ସହ ରୋମାଣ୍ଟିକ ଡ୍ରାମା ଫିଲ୍ମ ‘ରାଧେଶ୍ୟାମ’ରେ ମଧ୍ୟ ନଜର ଆସିବେ । ଯାହା ଜୁଲାଇ 30ରେ ତେଲୁଗୁ, ତାମିଲ, ହିନ୍ଦୀ, କନ୍ନଡ ଏବଂ ମାଲାୟାଲମରେ ରିଲିଜ ହେବାକୁ ଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details