ମୁମ୍ବାଇ: କୋରୋନା ଭାଇରସ ଉପରେ ବଲିଉଡଠୁ ନେଇ ହଲିଉଡ ଷ୍ଟାର୍ସ ନିଜ ଫ୍ୟାନ୍ସଙ୍କୁ ସୁରକ୍ଷିତ କରିବାକୁ ପରାର୍ମଶ ଦେବାରେ ଲାଗିଛନ୍ତି । ମଙ୍ଗଳବାର ବାହୁବଳୀ ଫେମ ପ୍ରଭାସ ଫ୍ୟାନ୍ସଙ୍କୁ ସୋସିଆଲ ମିଡିଆରେ ସାବଧାନ ରହିବାକୁ କହିଥିଲେ । ଆଉ ଏବେ ଏହି କ୍ରମରେ ସାମିଲ ହୋଇଛନ୍ତି ଆଉ ଜଣେ ଅଭିନେତା । ଆଜ୍ଞା ହଁ, ସାଉଥ ସୁପରଷ୍ଟାର ମହେଶ ବାବୁ ମଧ୍ୟ କୋରୋନା ଭାଇରସ ପ୍ରକୋପକୁ ରୋକିବା ପାଇଁ ଫ୍ୟାନ୍ସଙ୍କୁ ଅପିଲ କରୁଥିବାର ନଜର ଆସୁଛନ୍ତି ।
ସେ ସମସ୍ତଙ୍କୁ ଘରେ ରହିବାକୁ, ସାର୍ବଜନୀକ ସ୍ଥାନକୁ ନଯିବାକୁ ଓ ସୁରକ୍ଷାକୁ ପ୍ରାଥମିକତା ଦେବା କଥା କହିଛନ୍ତି। ସେ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରିଛନ୍ତି । ଯେଉଁଥରେ ସେ ଭିନ୍ନ ଅନ୍ଦାଜରେ କୋରୋନା ଭାଇରସରୁ ବଞ୍ଚିବାର ବାର୍ତ୍ତା ଦେଉଥିବାର ନଜର ଆସୁଛନ୍ତି ।