ଓଡିଶା

odisha

ETV Bharat / sitara

ଧନୁଷ@37, ଜାଣନ୍ତୁ ସେଫରୁ ସୁପରଷ୍ଟାରର ସଫର... - ସାଉଥ ସୁପରଷ୍ଟାର ରଜନୀକାନ୍ତଙ୍କ ଜ୍ବାଇଁ ତଥା ଲୋକପ୍ରିୟ ଅଭିନେତା ଧନୁଷ ଆଜି 37ତମ ଜନ୍ମଦିନ

ନିଜ ଦମଦାର ଅଭିନୟ ଜରିଆରେ ଆଜି ଲକ୍ଷ ଲକ୍ଷ ଦର୍ଶକଙ୍କୁ ଦିୱାନା କରୁଛନ୍ତି ଧନୁଷ । କିପରି ହେଲେ ସେ ସାଉଥର ସୁପରଷ୍ଟାର । ଜାଣନ୍ତୁ...

ଡିଜାଇନ ଫଟୋ
ଡିଜାଇନ ଫଟୋ

By

Published : Jul 28, 2020, 2:25 PM IST

ମୁମ୍ବାଇ: ସାଉଥ ସୁପରଷ୍ଟାର ରଜନୀକାନ୍ତଙ୍କ ଜ୍ବାଇଁ ତଥା ଲୋକପ୍ରିୟ ଅଭିନେତା ଧନୁଷ ଆଜି 37 ବର୍ଷ ବୟସରେ ପଦାର୍ପଣ କରିଛନ୍ତି । ତାଙ୍କ ଜନ୍ମ 1983 ଜୁଲାଇ 28ରେ ତାମିଲନାଡୁରେ ହୋଇଥିଲା । ତାଙ୍କ ପିତାଙ୍କ ନାମ କସ୍ତୁରୀ ରାଜା । ତାଙ୍କ ପିତା ମଧ୍ୟ ଫେମସ ନିର୍ଦ୍ଦେଶକ । ପିତାଙ୍କ ନିର୍ଦ୍ଦେଶନାରେ ନିର୍ଦ୍ଦେଶିତ ହୋଇଥିବା ଫିଲ୍ମ ‘ଧୁଲ୍ଲୁୱାଧେ ଇଲାମାଈ’ରୁ ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ ଧନୁଷ ।

2003ରେ ଆସିଥିବା ତାଙ୍କ ଫିଲ୍ମ ‘ତିରୁଦା ତିରୁଦି’ ବ୍ଲକବଷ୍ଟର ସାବ୍ୟସ୍ତ ହୋଇଥିଲା । ଯାହାପରେ ସେ ସମସ୍ତଙ୍କ ଫେଭରେଟ ଆକ୍ଟର ସାଜିଥିଲେ । ରାତାରାତି ସୁପରଷ୍ଟାର ମଧ୍ୟ ହୋଇଥିଲେ । ତେବେ ଜନ୍ମଦିନ ଅବସରରେ ନଜର ପକାଇବା ତାଙ୍କ ଅନ୍ୟ ଫିଲ୍ମ ଉପରେ...

ଧନୁଷ ସାଉଥ ଫିଲ୍ମରେ ତ ପପୁଲାର କିନ୍ତୁ ତାଙ୍କୁ ବଲିଉଡ ଦର୍ଶକ କୁନ୍ଦନ ନାମରେ ମଧ୍ୟ ଜାଣିଛନ୍ତି । ସେ ‘ରାଞ୍ଝଣା’ରେ ଶାନଦାର ଅଭିନୟ କରି ସମସ୍ତଙ୍କ ମନ କିଣିଥିଲେ । ଏହି ଫିଲ୍ମରେ ତାଙ୍କ ସହ ନଜର ଆସିଥିଲେ ସୋନମ କପୁର, ସ୍ବରା ଭାସ୍କର ଓ ଅଭୟ ଦେଓଲ । ରୋମାଣ୍ଟିକ ଡ୍ରାମା ଫିଲ୍ମ ରୂପେ ହିଟ୍ ହୋଇଥିଲା ‘ରାଞ୍ଝଣା’।

ଧନୁଷ ନିଜ ଗୋଟିଏ ଫିଲ୍ମ ପାଇଁ 7-10 କୋଟି ଟଙ୍କା ଚାର୍ଜ କରନ୍ତି । ଏହାବ୍ୟତୀତ ସେ ବିଜ୍ଞାପନାରୁ ମଧ୍ୟ କୋଟି କୋଟି ଟଙ୍କା ଆୟ କରନ୍ତି । 2011ରେ ଆସିଥିବା ଫିଲ୍ମ ‘ଆଦୁକଲମ’ ପାଇଁ ଧନୁଷଙ୍କୁ ସର୍ବଶ୍ରେଷ୍ଠ ଅଭିନେତା ରୂପେ ରାଷ୍ଟ୍ରୀୟ ପୁରସ୍କାର ମିଳିଥିଲା ।

ଧନୁଷ କେବେ ଆକ୍ଟର ହେବାକୁ ଚାହୁଁନଥିଲେ । ସେ ସେଫ ହେବାକୁ ପିଲାବେଳୁ ସ୍ବପ୍ନ ଦେଖୁଥିଲେ । ହେଲେ ତାଙ୍କ ଭାଗ୍ୟରେ ଆକ୍ଟର ହେବା ଲେଖାଥିଲା । ପିତା ଓ ଭାଇଙ୍କ କହିବା ପରେ ସେ ଅଭିନୟରେ ପଦାର୍ପଣ କରିଥିଲେ।

ଫିଲ୍ମ ବ୍ୟତୀତ ତାଙ୍କ ଲଭଲାଇଫ ମଧ୍ୟ ଶାନଦାର ଥିଲା । ସେ 2004ରେ ଐଶ୍ଚର୍ଯ୍ୟା ରଜନୀକାନ୍ତଙ୍କୁ ବିବାହ କରିଥିଲେ । ଦୁଇଜଣଙ୍କ ସାକ୍ଷାତ ଏକ ଶୋରେ ହୋଇଥିଲା । ସେହିପରି ଧନୁଷଙ୍କ ଭଉଣୀ ଐଶ୍ଚର୍ଯ୍ୟାଙ୍କ ଭଲ ବନ୍ଧୁ ମଧ୍ୟ । ଦୁଇଜଣଙ୍କ ରିଲେସନଶିପ ଖବର ଯେବେ ମିଡିଆରେ ଆସିଲା ଭଉୟ ପରିବାର ନିଷ୍ପତ୍ତି ନେଇ ଦୁଇଜଣଙ୍କ ବିବାହ କରିଥିଲେ।

ଧନୁଷ ଯେବେ ଐଶ୍ଚର୍ଯ୍ୟାଙ୍କୁ ବିବାହ କରିଥିଲେ ସେ ମାତ୍ର 21 ବର୍ଷର ଥିଲେ । ଆଉ ଐଶ୍ଚର୍ଯ୍ୟା 23 ବର୍ଷର । ଦୁଇଜଣଙ୍କ ବିବାହକୁ 15 ବର୍ଷ ବିତିଗଲାଣି । ଧନୁଷଙ୍କ ଷ୍ଟାରଡମ ଅବିକଳ ତାଙ୍କ ଶ୍ବଶୁର ରଜନୀକାନ୍ତଙ୍କ ଭଳି। ପମ୍ମଲ, ଚେନ୍ନାଇରେ ଧନୁଷଙ୍କ କୋଟି କୋଟି ଟଙ୍କାର ବଙ୍ଗଳା ଅଛି । ଏହାବ୍ୟତୀତ ତାଙ୍କ ପାଖରେ ଏକ ଗେଷ୍ଟହାଉସ ମଧ୍ୟ ଅଛି । ଖାଲି ଏତିକି ନୁହେଁ ସେ ଲଗଜରୀ ଗାଡିର ମଧ୍ୟ ସୌଖୀନ । ନିଜ କଠିନ ପରିଶ୍ରମ ବଳରେ ସେ ଏହା ସବୁ ହାସିଲ କରିବାରେ ସଫଳ ହୋଇଛନ୍ତି।

ABOUT THE AUTHOR

...view details