ହାଇଦ୍ରାବାଦ: ଦେଶରେ ବଢୁଥିବା କୋରୋନା ମାମଲା ମଧ୍ୟରେ ସାଉଥ ସୁପରଷ୍ଟାର ଚିରଞ୍ଜିବୀ ଦେଶବାସୀଙ୍କ ସେବାରେ କ୍ରମାଗତ ଭାବେ ଲାଗିଛନ୍ତି । ଯାହା ସମ୍ଭବ ତାହା ସେ କରୁଥିବାର ନଜର ଆସୁଛନ୍ତି । ହେଲେ ଏଥର ସେ ବଡ ଘୋଷଣା କରିଛନ୍ତି । ଯାହାକୁ ନେଇ ସମସ୍ତେ ଖୁସି ।
ଚିରଞ୍ଜିବୀଙ୍କ ମହାନତା, ଆନ୍ଧ୍ର-ତେଲେଙ୍ଗାନାରେ ଖୋଲିବେ ଅକ୍ସିଜେନ ବ୍ୟାଙ୍କ - କୋରୋନା ମହାମାରୀ ଅପଡେଟ ନ୍ୟୁଜ
ମେଗାଷ୍ଟାର ଚିରଞ୍ଜିବୀଙ୍କ ମହାନତା । ଏଥର ଲୋକଙ୍କୁ ଯୋଗାଇବେ ଅମ୍ଳଜାନ । ଖୋଲିବାକୁ ଯାଉଛନ୍ତି ଅମ୍ଳଜାନ ବ୍ୟାଙ୍କ । ଅଧିକ ପଢନ୍ତୁ...
କଥାଟି ହେଲା ଯେ ମେଗାଷ୍ଟାର ଚିରଞ୍ଜିବୀ ତେଲେଙ୍ଗାନା ଏବଂ ଆନ୍ଧ୍ରପ୍ରଦେଶରେ ଅମ୍ଳଜାନ ସଙ୍କଟକୁ ରୋକିବା ପାଇଁ ଅମ୍ଳଜାନ ବ୍ୟାଙ୍କ ଆରମ୍ଭ କରିବାର ଯୋଜନା କରିଛନ୍ତି । ଏହି ଅମ୍ଳଜାନ ବ୍ୟାଙ୍କ ଉପରେ ତାଙ୍କ ପୁଅ ତଥା ଅଭିନେତା ରାମ ଚରଣ ନଜର ରଖିବେ ଏବଂ ସମ୍ପୃକ୍ତ ଜିଲ୍ଲାର ଫ୍ୟାନ୍ସ ଆସୋସିଏସନ ସଭାପତି ଏହା ପରିଚାଳନା କରିବେ ବୋଲି କୁହାଯାଉଛି ।
ସେପଟେ ଚିରଞ୍ଜିବୀଙ୍କ ଚାରିଟେବୁଲ୍ ଟ୍ରଷ୍ଟ ଟ୍ବିଟରେ ଏହାର ସୂଚନା ଦେଇଛି । ଯେଉଁଥିରେ ଲେଖାଯାଇଛି, ‘ଅମ୍ଳଜାନ ଯୋଗାଣ ଅଭାବରୁ ମୃତ୍ୟୁକୁ ରୋକିବା ପାଇଁ ଅମ୍ଳଜାନ ଯୋଗାଇବେ ଚିରଞ୍ଜୀବି । ସେ ତେଲେଙ୍ଗାନା ଏବଂ ଆନ୍ଧ୍ରପ୍ରଦେଶର ଅନେକ ଜିଲ୍ଲାରେ ଅମ୍ଳଜାନ ବ୍ୟାଙ୍କ ଖୋଲିବାକୁ ଯାଉଛନ୍ତି । ସପ୍ତାହେ ମଧ୍ୟରେ ଏହାକୁ କାର୍ଯ୍ୟକ୍ଷମ କରିବାକୁ ପ୍ରୟାସ ଚାଲିଛି |’