ଓଡିଶା

odisha

ETV Bharat / sitara

ଟ୍ରୋଲର୍ସଙ୍କ ମୋଟି ହେବା କମେଣ୍ଟ ଉପରେ ତମନ୍ନାଙ୍କ କଡା ଜବାବ

କିଛି ଦିନରୁ ସୋସିଆଲ ମିଡିଆରେ କୋରୋନା ପରେ ମୋଟା ହେବା କମେଣ୍ଟ ଶୁଣି ଆସୁଛନ୍ତି ତମନ୍ନା । ଏବେ ଏହାର ପ୍ରତିକ୍ରିୟା ଦେଇ ସମସ୍ତଙ୍କ ମୁହଁ ବନ୍ଦ କରିଦେଇଛନ୍ତି ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ତମନ୍ନା ଭାଟ୍ଟିଆ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ତମନ୍ନା ଭାଟ୍ଟିଆ

By

Published : Nov 11, 2020, 2:00 PM IST

ମୁମ୍ବାଇ: ଫେମସ ଅଭିନେତ୍ରୀ ତମନ୍ନା ଭାଟ୍ଟିଆ ନିକଟରେ କୋରୋନା ପଜିଟିଭି ଆସିଥିଲେ । ଯାହା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ଖୁବଶୀଘ୍ର ଏହି ଭାଇରସକୁ ହରାଇ ସେ ଘରକୁ ଫେରିଥିଲେ । ଆଉ ନିଜ ୱାର୍କଆଉଟ ରୁଟିନ ପୁଣି ଥରେ ଆରମ୍ଭ କରିଥିଲେ । କିନ୍ତୁ କୋରାନା ପରେ ତାଙ୍କୁ ସୋସିଆଲ ମିଡିଆରେ ମୋଟି କହି ବିରକ୍ତ କରୁଛନ୍ତି ୟୁଜର୍ସ । ଯାହା ଉପରେ ବର୍ତ୍ତମାନ ପ୍ରତିକ୍ରିୟା ଦେଇଛନ୍ତି ସେ ।

ଆଉ ନିଜ ପ୍ରତିକ୍ରିୟାରେ କହିଛନ୍ତି, ‘ମୁଁ କୋରୋନା ଚିକିତ୍ସା ପ୍ରକ୍ରିୟାରେ ହାଇ ପାୱାର ଔଷଧ ଖାଉଥିଲି ଯାହା ଦ୍ବାରା ମୁଁ ମୋଟା ଲାଗୁଛି । ଏହାକୁ ଆଧାର କରି ବହୁତ ଲୋକ ଅଛନ୍ତି ଯେଉଁମାନେ ମୋତେ ଏକ ଫଟୋ ପୋଷ୍ଟ କଲା ପରେ ମୋଟା ବୋଲି କହିଥିଲେ । ଏଥିରୁ ମୁଁ ବୁଝିପାରୁଛି ଯେ ମଣିଷ ସବୁବେଳେ ଅନ୍ୟଙ୍କ ତ୍ରୁଟି ଖୋଜିବାରେ ଲାଗିପଡନ୍ତି ।’

ଏହାପୂର୍ବରୁ ସେ ନିଜର ୱାର୍କଆଉଟ ଭିଡିଓ ସେୟାର କରିଥିଲେ । ଯେଉଁଥିରେ ସେ ସମସ୍ତଙ୍କୁ ଜଣାଇଥିଲେ ଯେ ଏହି ଭାଇରାସରୁ ମୁକ୍ତ ହେବା ପରେ ସେ ଧିରେ ଧିରେ କରି ନିଜକୁ ଫିଟ୍ ରଖିବା ପାଇଁ ଚେଷ୍ଟା କରିବେ ।

ABOUT THE AUTHOR

...view details