ମୁମ୍ବାଇ: ସାଉଥର ଲୋକପ୍ରିୟ ଅଭିନେତ୍ରୀ ରଶ୍ମିକା ମନ୍ଦାନା ନିଜ ଫିଲ୍ମ କ୍ୟାରିୟର କନ୍ନଡ ଫିଲ୍ମରୁ ଆରମ୍ଭ କରିଥିଲେ । ଏହାପରେ ସେ ତେଲୁଗୁ, ତାମିଲ ଇଣ୍ଡଷ୍ଟ୍ରିରେ ନିଜ ଅଭିନୟର ଯାଦୁ ଦେଖାଇଥିଲେ । ଆଉ ଏବେ ବଲିଉଡରେ ଡେବ୍ୟୁ କରିବେ । ଯାହାକୁ ନେଇ ଦୀର୍ଘ ଦିନରୁ ତାଙ୍କ ଫ୍ୟାନ୍ସ ଉତ୍ସାହିତ । ଇତିମଧ୍ୟରେ ସେ ଟିଭିର କମେଡି କିଙ୍ଗ କପିଲ ଶର୍ମାଙ୍କ ଶୋରେ ସାମିଲ ହେବାର ଇଚ୍ଛା ପ୍ରକାଶ କରିଛନ୍ତି । କଥାଟି ହେଲା ଯେ ନିକଟରେ ସେ ଇନଷ୍ଟାଗ୍ରାମରେ ଫ୍ୟାନ୍ସଙ୍କ ସହ କଥାବାର୍ତ୍ତା କରିବା ପାଇଁ ଲାଇଭ୍ ଆସିଥିଲେ ।
ଆଉ ଏହି ଲାଇଭ୍ ସେଶନରେ ଯେତେବେଳେ ତାଙ୍କୁ ପଚରାଗଲା କି ସେ କପିଲଙ୍କ ଶୋରେ ଯୋଗ ଦେବାକୁ ଚାହୁଁଛନ୍ତି କି। ଏହାର ଉତ୍ତରରେ ସେ କହିଥିଲେ, ‘ମୁଁ ଆଶା କରୁଛି ଯେ କପିଲଙ୍କ ଶୋକୁ ଯିବା ପାଇଁ । ଆଉ ଏକ୍ସାଇଟେଡ ମଧ୍ୟ ଅଛି । ଥରେ ମୁଁ ମୋର ବଲିଉଡ ଫିଲ୍ମର ସୁଟିଂ ଶେଷ କରିସାରିବା ପରେ ଫିଲ୍ମ ପ୍ରମୋଶନ ପାଇଁ କପିଲ ଶୋକୁ ନିହାତି ଯିବି।’