ହାଇଦ୍ରାବାଦ: ସାଉଥର ଲୋକପ୍ରିୟ ଅଭିନେତ୍ରୀ ରଶ୍ମିକା ମନ୍ଦାନା ଖୁବଶୀଘ୍ର ହିନ୍ଦୀ ଫିଲ୍ମରେ ନଜର ଆସିବେ । ତାଙ୍କ ଡେବ୍ୟୁକୁ ନେଇ ଦୀର୍ଘ ସମୟରୁ ଚର୍ଚ୍ଚାରେ । ସେହିପରି ସେ ଦୁଇଟି ହିନ୍ଦୀ ଫିଲ୍ମ ଅଭିନୟ କରୁଥିବାର ଦେଖାଯିବେ । ଇତିମଧ୍ୟରେ ସେ ନିଜ ଫ୍ୟାନ୍ସଙ୍କୁ କୋରୋନା କାଳରେ ସୁରକ୍ଷିତ ରହିବାକୁ ଅପିଲ କହିଛନ୍ତି ।
ରଶ୍ମିକା ସାମ୍ନାକୁ ଆସି ଏହି ମହାମାରୀ ମଧ୍ୟରେ ଦେଶବାସୀଙ୍କୁ ସାହାଯ୍ୟ ଏବଂ ସହଯୋଗର ହାତ ବଢାଇବାକୁ ଚେଷ୍ଟା ଚଳାଇଛନ୍ତି । ସେହିପରି ସେ ଟ୍ବିଟରରେ ଏକ ଭିଡିଓ ସେୟାର କରି ଲେଖିଛନ୍ତି, ‘#SpreadingHope.’
ଭିଡିଓରେ ସେ ଜଣାଇଛନ୍ତି ଯେ ଆସନ୍ତା କିଛି ସପ୍ତାହ ଧରି ସେ ସାଧାରଣ ହିରୋ ମାନଙ୍କ ଅସାଧାରଣ କାର୍ଯ୍ୟ କରୁଥିବା କାହାଣୀ ପୋଷ୍ଟ କରିବେ । ଯାହା ସମସ୍ତଙ୍କୁ ମନରେ ନୂଆ ଆଶାର ସମ୍ଭାର ଆଣିବ ଏବଂ ମୁହଁରେ ହସ ଫୁଟାଇବ। ଦେଖନ୍ତୁ ଭିଡିଓ...
ପ୍ରକାଶ ଥାଉକି ଯେ ହିନ୍ଦୀ ସିନେମାରେ କ୍ୟାରିୟର ଆରମ୍ଭ କରିବା ପୂର୍ବରୁ ରଶ୍ମିକା ବଲିଉଡର ମହାନାୟକ ଅମିତାଭ ବଚ୍ଚନଙ୍କ ସହ କାମ କରିବାର ସୁଯୋଗ ପାଇଛନ୍ତି । ଯାହାକୁ ନେଇ ତାଙ୍କ ଖୁସି ନକହିଲେ ସରେ । ସେ ଅମିତାଭଙ୍କ ସହ ‘ଗୁଡବାଏ’ ଏବଂ ସିଦ୍ଧାର୍ଥ ମଲହୋତ୍ରାଙ୍କ ସହ ‘ମିଶନ ମଜୁନ’ ଫିଲ୍ମରେ ଦେଖାଯିବେ ।