ଓଡିଶା

odisha

By

Published : Oct 27, 2020, 4:05 PM IST

ETV Bharat / sitara

ଭାବି ସ୍ବାମୀଙ୍କ ସହ ପ୍ରଥମଥର ଫଟୋ ପୋଷ୍ଟ କଲେ କାଜଲ

ଆସନ୍ତା 30 ତାରିଖରେ ବିବାହ କରିବେ କାଜଲ। ଏହାପୂର୍ବରୁ ଫ୍ୟାନ୍ସଙ୍କୁ ଦେଇଛନ୍ତି ସରପ୍ରାଇଜ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@କାଜଲ ଅଗ୍ରୱାଲ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@କାଜଲ ଅଗ୍ରୱାଲ

ମୁମ୍ବାଇ: ସିନେମା ଇଣ୍ଡଷ୍ଟ୍ରିରେ ଏବେ ସେଲିବ୍ରିଟିଙ୍କ ବିବାହ ଋତି ଚାଲିଛି । ଜଣକ ପରେ ଜଣେ ସେଲିବ୍ରିଟି ବିବାହ କଥା ପ୍ରାୟତଃ ଶୁଣିବାକୁ ମିଳୁଛି। ନିକଟରେ ସାଉଥର ଫେମସ ଅଭିନେତ୍ରୀ କାଜଲ ଅଗ୍ରୱାଲଙ୍କ ବିବାହକୁ ନେଇ ବେଶ୍ ଚର୍ଚ୍ଚା ହୋଇଥିଲେ । ଶୁଣିବାକୁ ମିଳୁଛି ଯେ ସେ ଆସନ୍ତା 30ରେ ବିବାହ ବନ୍ଧନରେ ଆବଦ୍ଧ ହେବେ । ତାଙ୍କ ପାଇଁ ମନଲାଖି ବର ଖୋଜିଛନ୍ତି ପରିବାର ଲୋକେ । ଇତିମଧ୍ୟରେ ସେ ଭାବି ସ୍ବାମୀ ଗୌତମ କିଚଲୁଙ୍କ ସହ ପ୍ରଥମଥର ଫଟୋ ସେୟାର କରି ଫ୍ୟାନ୍ସଙ୍କୁ ସରପ୍ରାଇଜ କରିଛନ୍ତି।

ଆଉ ତିନି ଦିନ ପରେ ବିବାହ କରିବାକୁ ଯାଉଥିବା କାଜଲ ଦଶହରା ଅବସରରେ ଗୌତମଙ୍କ ସହ ନିଜର ରୋମାଣ୍ଟିକ ଫଟୋ ସେୟାର କରି ଲେଖିଛନ୍ତି, ‘ଆମ ତରଫରୁ ଆପଣଙ୍କୁ ଦଶହରାର ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା ।’ ଏହି ପୋଷ୍ଟକୁ ସେ ଗୌତମଙ୍କ ସହ ମଧ୍ୟ ଟ୍ୟାଗ କରିଛନ୍ତି ।

ପ୍ରକାଶ ଥାଉକି ନିକଟରେ କାଜଲ ଏକ ଭିଡିଓ ସେୟାର କରିଥିଲେ । ଯେଉଁଥିରେ ସେ ଲେଖାଯାଇଥିଲା ବିବାହ ଭ୍ୟାନିଟି।

ABOUT THE AUTHOR

...view details