ଓଡିଶା

odisha

‘ଡ୍ରିମ ଗାର୍ଲ’ ତେଲୁଗୁ ରିମେକରେ ପୂଜା ଅବତାରରେ ରାଜ୍

By

Published : May 18, 2020, 3:29 PM IST

ଦୀର୍ଘ ସମୟରୁ ବଲିଉଡ ଫିଲ୍ମ ‘ଡ୍ରିମ ଗାର୍ଲ’ରେ ତେଲୁଗୁ ରିମେକକୁ ନେଇ ଚର୍ଚ୍ଚା । ଆୟୁଷ୍ମାନଙ୍କ ଭୂମିକାରେ ନଜର ଆସିବେ ଫେମସ ଅଭିନେତା ରାଜ ତରଣ।

ଡିଜାଇନ ଫଟୋ
ଡିଜାଇନ ଫଟୋ

ମୁମ୍ବାଇ: ଗତ ବର୍ଷ ରିଲିଜ ହୋଇଥିବା ଆୟୁଷ୍ମାନ ଖୁରାନାଙ୍କ କମେଡି ଡ୍ରାମା ଫିଲ୍ମ ‘ଡ୍ରିମ ଗାର୍ଲ’ର ତେଲୁଗୁ ରିମେକ ଦେଖିବାକୁ ପାଇବେ ସାଉଥ ଦର୍ଶକ। ଯାହାର ଅଧିକାରୀକ ରାଇଟ୍ସ ପାଇସାରିଛନ୍ତି ମେକର୍ସ । ଏହାର ସୂଚନା ଦେଇଛନ୍ତି ତେଲୁଗୁର ଫେମସ ଅଭିନେତା ରାଜ ତରଣ । ଫିଲ୍ମରେ ସେ ମୁଖ୍ୟ ଭୂମିକାରେ ନଜର ଆସିବେ। ଆୟୁଷ୍ମାନଙ୍କ ପରି ଫୋନରେ ପୂଜା ସାଜି ସମସ୍ତଙ୍କ ହୃଦୟ କିଣିବେ ସେ।

ଏହି ଅବସରରେ ସେ କହିଛନ୍ତି ଯେ ‘ଡ୍ରିମ ଗାର୍ଲ’ ତେଲୁଗୁ ରିମେକରେ ସେ ସାଇନ କରିସାରିଛନ୍ତି। ଫିଲ୍ମଟି ସୁରେଶ ପ୍ରଡକ୍ସନ ବ୍ୟାନରେ ନିର୍ମାଣ ହେବ । ଯାହା ତାଙ୍କ ପାଇଁ ଚ୍ୟାଲେଞ୍ଚଭରା ପ୍ରୋଜେକ୍ଟ।

ପ୍ରକାଶ ଥାଉକି ଗତ ବର୍ଷ ଡିସେମ୍ବରରେ ସୁରେଶ ପ୍ରଡକ୍ସନ ତରଫରୁ ସୁରେଶ ବାବୁ ‘ଡ୍ରିମ ଗାର୍ଲ’ ଓ ‘ସୋନୁ କି ଟିଟୁ କି ସ୍ବିଟି’ର ରିମେକ ରାଇଟ୍ସ କିଣିବାର ସୂଚନା ଦେଇଥିଲେ।

ଯଦି ଅଭିନେତା ରାଜଙ୍କ ବିଷୟରେ କଥା ହେବା ତେବେ ସେ ଏଯାବତ 52 ସଟ ଫିଲ୍ମରେ ଅଭିନୟ କରିସାରିଛନ୍ତି । ଫିଲ୍ମ ନିର୍ଦ୍ଦେଶକ ସ୍ବପ୍ନ ଦେଖୁଥିବା ରାଜ ଅନେକ ଫିଲ୍ମରେ ସ୍କ୍ରିନପ୍ଲେ ଓ ଡାଇଲଗ ମଧ୍ୟ ଲେଖିସାରିଛନ୍ତି ।

ABOUT THE AUTHOR

...view details