ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କ ଡେବ୍ୟୁ ଚଳଚ୍ଚିତ୍ର ଷ୍ଟୁଡେଣ୍ଟ ଅଫ ଦ ଇୟର-2କୁ ଆଜି ପୂରିଲା ଗୋଟିଏ ବର୍ଷ । ଏନେଇ ଅନନ୍ୟା କହିଛନ୍ତି ଯେ, ମତେ ଏହା ଏକ ସରପ୍ରାଇଜ ଭଳି ମନେହେଉଛି ।
ପୁନିତ ମଲହୋତ୍ରାଙ୍କ ନିର୍ଦ୍ଦେଶିତ ଷ୍ଟୁଡେଣ୍ଟ ଅଫ ଦ ଇୟର, ଧର୍ମା ପ୍ରଡକ୍ସନ୍ସ ବ୍ୟାନରରେ କରଣ ଜୋହର, ହିରୋ ୟଶ ଜୋହର ଏବଂ ଅପୂର୍ଭା ମେହେତା ମିଳିତ ଭାବେ ଏହି ଚଳଚ୍ଚିତ୍ରକୁ ପ୍ରସ୍ତୁତ କରିଥିଲେ ।
ଏହି ଚଳଚ୍ଚିତ୍ର ବିଷୟରେ ଅନନ୍ୟା କହିଛନ୍ତି ଯେ, ମତେ ଏପର୍ଯ୍ୟନ୍ତ ବିଶ୍ବାସ ହେଉନାହିଁ ଯେ, ଷ୍ଟୁଡେଣ୍ଟ ଅଫ ଦ ଇୟର-2 କୁ ଏକ ବର୍ଷ ପୂରିଲା । ତଥାପି, ମତେ ଏହା ଏକ ସରପ୍ରାଇଜ ଭଳି ମନେହେଉଛି । ଗତ ବର୍ଷ ଏହି ତାରିଖରେ ମୁଁ ଯାହା ଇଚ୍ଛା କରିଥିଲି ଏବଂ ଯାହା ସ୍ୱପ୍ନ ଦେଖିଥିଲି ତାହା ପୂରଣ ହୋଇଥିଲା । ତେଣୁ ମୁଁ ପୁନିତ, କରଣ, ଅପୂର୍ଭା, ଟାଇଗର, ତାରା, ଆଦିତ୍ୟ, ରବି ସାର ଏବଂ ମୋର ଚଳଚ୍ଚିତ୍ରର ସମସ୍ତ କାଷ୍ଟ ସଦସ୍ୟଙ୍କୁ ମୋର ତରଫରୁ ଧନ୍ୟବାଦ ଜଣାଉଛି ।