ନୂଆଦିଲ୍ଲୀ: ଅଭିନେତ୍ରୀ ତଥା ଗାୟିକା ସୋଫି ଚୌଧୁରୀ ଆଜିକାଲି ମାଳଦ୍ବୀପରେ ଛୁଟି ଉପଭୋଗ କରୁଛନ୍ତି । ଯାହାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।
କହିବାକୁ ଗଲେ, ଏବେ ମାଳଦ୍ବୀପରେ ଛୁଟି ଉପଭୋଗ କରିବା ସେଲିବ୍ରେଟିଙ୍କ ପାଇଁ ଏକ ପ୍ରିୟ ସ୍ଥାନ ପାଲଟିଛି ।
ନିକଟରେ, ସୋଫି ନିଜର ଅନେକ ବୋଲ୍ଡ ଷ୍ଟାଇଲ୍ ବିକିନି ଫଟୋ ସେୟାର କରିଛନ୍ତି । ଯେଉଁଥିରେ ସେ ଗୋଲାପୀ ଏବଂ ସବୁଜ ରଙ୍ଗର ବିକିନିରେ ସମୁଦ୍ର କୂଳରେ ପୋଜ୍ କରୁଥିବାର ଦେଖିବାକୁ ମିଳିଛି । ସୋଫିଙ୍କ ଏହି ପଟୋଗୁଡିକୁ ଫ୍ୟାନ୍ସ ବହୁତ ପସନ୍ଦ କରୁଛନ୍ତି ।
ଏବେ ଅଭିନେତ୍ରୀ ମାଳଦ୍ବୀପର ବାଗଲିଓନି ରିସର୍ଟରେ ରହିଛନ୍ତି । ଏହି ରିସର୍ଟ ଏକ ସମୁଦ୍ର ଦ୍ବାରା ଘେରି ରହିଛି ।
ବାଗଲିଓନି ରିସର୍ଟରେ ଅନେକ ପ୍ରକାରର କୋଠରୀ ମଧ୍ୟ ଅଛି । କିନ୍ତୁ, ସୋଫି କେଉଁ କୋଠରୀରେ ରହିଛନ୍ତି, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ଏହି ରିସୋର୍ଟରେ ରହିବାକୁ ଦିନକୁ ଏକ ଲକ୍ଷ 43 ହଜାର ରୁ ଅଧିକ ଟଙ୍କା ଦେବାକୁ ପଡିପାରେ ।
ପ୍ରକାଶ ଥାଉ ଯେ, ସୋଫିଙ୍କ ବ୍ୟତୀତ ଅଭିନେତ୍ରୀ ରକୁଲ ପ୍ରୀତ ସିଂ ଏବଂ ଦକ୍ଷିଣ ଅଭିନେତ୍ରୀ ସାମଥା ଆକ୍କିନେନି ମଧ୍ୟ ମାଳଦ୍ବୀପରେ ଛୁଟି ଉପଭୋଗ କରିଛନ୍ତି । ଦୁହେଁ ସୋସିଆଲ ମିଡିଆରେ ଅନେକ ଫଟୋ ମଧ୍ୟ ସେୟାର କରିଥିଲେ ।