ଓଡିଶା

odisha

ETV Bharat / sitara

Tip Tip Song: ଅକ୍ଷୟ-କ୍ୟାଟ୍ରିନାଙ୍କ କେମେଷ୍ଟ୍ରିରେ ମତୁଆଲା ଦର୍ଶକ

୯୦ ଦଶକର ଆଇକନିକ ସଙ୍ଗ୍‌ 'ଟିପ୍‌ ଟିପ୍‌ ବର୍ଷା ପାନି'ର ହୋଇଛି ରିମେକ୍‌ । ଏଥିରେ ଅକ୍ଷୟ ଓ କ୍ୟାଟ୍ରିନାଙ୍କ ହଟ କେମେଷ୍ଟ୍ରିକୁ ନେଇ ମତୁଆଲା ଦର୍ଶକ । ଅଧିକ ପଢନ୍ତୁ...

By

Published : Nov 6, 2021, 5:33 PM IST

Tip Tip Song: ଅକ୍ଷୟ-କ୍ୟାଟ୍ରିନାଙ୍କ କେମେଷ୍ଟ୍ରିରେ ମତୁଆଲା ଦର୍ଶକ
Tip Tip Song: ଅକ୍ଷୟ-କ୍ୟାଟ୍ରିନାଙ୍କ କେମେଷ୍ଟ୍ରିରେ ମତୁଆଲା ଦର୍ଶକ

ମୁମ୍ବାଇ: ବଲିଉଡ଼ ସୁପରଷ୍ଟାର ଅକ୍ଷୟ କୁମାର ଓ ରବୀନା ଟଣ୍ଡନଙ୍କ ଲୋକପ୍ରିୟ ସଙ୍ଗୀତ 'ଟିପ୍‌ ଟିପ୍‌ ବର୍ଷା ପାନି'ର ହୋଇଛି ରିମେକ୍‌ । 'ସୂର୍ଯ୍ୟବଂଶୀ' ଫିଲ୍ମରେ ଏହାର ରିମେକ ହୋଇଥିବା ବେଳେ ଏଥିରେ ଅକ୍ଷୟଙ୍କ ସହ କ୍ୟାଟ୍ରିନାଙ୍କ ହଟ୍‌ କେମେଷ୍ଟ୍ରି ଦେଖିବାକୁ ମିଳିଛି । ପ୍ରଥମ ଭର୍ସନ ଭଳି ଏହି ରିମେକ ଭର୍ସନକୁ ମଧ୍ୟ ଖୁବ ପସନ୍ଦ କରିଛନ୍ତି ଦର୍ଶକ । ଏଥିରେ ବର୍ଷାରେ ଅକ୍ଷୟଙ୍କ ଦମଦାର ମୁଭ୍‌ ସହିତ କ୍ୟାଟ୍ରିନାଙ୍କ ସେକ୍ସି ଅନ୍ଦାଜ ଦେଖି ମତୁଆଲା ଦର୍ଶକ ।

ଏହି ଗୀତଟି ନଭେମ୍ବର ୫ ତାରିଖରେ ରିଲିଜ ହୋଇଥିବାବେଳେ ଏହାକୁ ଖୁବ ପସନ୍ଦ କରିଛନ୍ତି ଦର୍ଶକ । ଜଣେ ନେଟିଜେନ ସୋସିଆଲ ମିଡ଼ିଆରେ ଲେଖିଛନ୍ତି ଯେ, "ଏହି ଗୀତରେ କ୍ୟାଟ୍ରିନା ଖୁବ ହଟ୍‌ ଲାଗୁଛନ୍ତି । ସେ କ୍ୟାଟ୍ରିନାଙ୍କ ଉପରୁ ତାଙ୍କ ଆଖି ଫେରାଇ ଆଣି ପାରୁନାହାନ୍ତି । " ସେପଟେ କ୍ୟାଟ୍ରିନାଙ୍କ ଡ୍ୟାନ୍ସଙ୍କୁ ନେଇ ମଧ୍ୟ ଜଣେ ନେଟିଜେନ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । କ୍ୟାଟ୍ରିନାଙ୍କ କୋରିଓଗ୍ରାଫରକୁ ଢେର ପ୍ରଶଂସା କରାଯାଇଛି ।

ପ୍ରଥମ ଭର୍ସନରେ ରବୀନାଙ୍କ ଡ୍ୟାନ୍ସିଂ ମୁଭ୍‌କୁ ମଧ୍ୟ ଖୁବ ପ୍ରଶଂସା କରାଯାଇଥିଲା । ତେବେ ରବୀନାଙ୍କୁ କ୍ୟାଟ୍ରିନା ମଧ୍ୟ ବିଟ୍‌ କରିଛନ୍ତି । ଏହି ଆଇକନିକ ସଙ୍ଗ୍‌ରେ ଉଭୟଙ୍କ ଡ୍ୟାନ୍ସକୁ ଫ୍ୟାନ୍ସ ଢେର ପସନ୍ଦ କରିଛନ୍ତି । ଜଣେ ସୋସିଆଲ ମିଡ଼ିଆ ୟୁଜର୍ସ ଲେଖିଛନ୍ତି ଯେ, " ଏହି ଗୀତକୁ ନେଇ ରବୀନା ସାଜିଥିଲେ କିମ୍ବଦନ୍ତୀ । କିନ୍ତୁ ଅରିଜିନାଲ ସଙ୍ଗ୍‌ ସହିତ ତାଳ ଦେଇଛନ୍ତି କ୍ୟାଟ୍ରିନା । ଉଭୟ ଅଭିନେତ୍ରୀଙ୍କୁ ସଲାମ । ପ୍ରଥମ ଭର୍ସନରେ ଅକ୍ଷୟ ଯେପରି ଥିଲେ ବର୍ତ୍ତମାନ ମଧ୍ୟ ସମାନ ରହିଛନ୍ତି । ସମସ୍ତଙ୍କୁ ଖୁବ୍‌ ସାରା ଭଲପାଇବା ।"

ଏହି ଗୀତର ପ୍ରଥମ ଭର୍ସନ ୧୯୯୪ ମସିହାରେ ରିଲିଜ ହୋଇଥିଲେ । ଏଥିରେ କଣ୍ଠଦାନ କରିଥିଲେ ଲୋକପ୍ରିୟ ସିଙ୍ଗର ଉଦିତ ନାରାୟଣ ଓ ଅଲକା ୟଗନିକ । ତେବେ ଦ୍ବିତୀୟ ଭର୍ସନରେ ମଧ୍ୟ ଏହି ୨ ସିଙ୍ଗର କଣ୍ଠଦାନ କରିଛନ୍ତି । ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ରୋହିତ ସେଟ୍ଟୀ । ଏହି ଫିଲ୍ମରେ ଅନ୍ୟ କଳାକାର ଭାବେ ସିମ୍ବା ଆକ୍ଟର ରଣବୀର ସିଂ ଓ ବଲିଉଡ଼ ସିଘଂମ ଅଜୟ ଦେବଗନଙ୍କୁ ଦେଖିବାକୁ ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details