ମୁମ୍ବାଇ: ଦୀର୍ଘ ସମୟରୁ ଚର୍ଚ୍ଚାରେ ରୋହିତ ସେଟ୍ଟୀଙ୍କ ଆକ୍ସନ ଫିଲ୍ମ ‘ସୂର୍ଯବଂଶୀ’। ଫିଲ୍ମରେ ଅକ୍ଷୟ କୁମାରଙ୍କ ସହ ପୁଣିଥରେ ରୋମାନ୍ସ କରୁଥିବାର ନଜର ଆସିବେ ସେକ୍ସୀ କ୍ୟାଟ୍ରିନା କୈଫ। ଇତିମଧ୍ୟରେ ଫିଲ୍ମର ରିଲିଜ ତାରିଖ ପରିବର୍ତ୍ତନ କରିଦେଇଛନ୍ତି ମେକର୍ସ। ଏବର୍ଷର ସବୁଠାରୁ ବଡ ଫିଲ୍ମ ସିନେମା ଘରେ ଦେଖିବାକୁ ବ୍ୟାକୁଳ ଅଛନ୍ତି ଦର୍ଶକ। ରିଲିଜ ତାରିଖ ପରିବର୍ତ୍ତନ କରି ଦର୍ଶକଙ୍କୁ ସରପ୍ରାଇଜ ଦେଇଛନ୍ତି ମେକର୍ସ। କାରଣ ଫିଲ୍ମଟି ପୂର୍ବରୁ ନିର୍ଦ୍ଧାରିତ ହୋଇଥିବା ରିଲିଜ ତାରିଖର ଠିକ୍ ତିନି ଦିନ ପୂର୍ବରୁ ରିଲିଜ କରାଯିବ।
ଦର୍ଶକଙ୍କୁ ମିଳିଲା ସରପ୍ରାଇଜ, ଏହି ଦିନ ରିଲିଜ ହେବ ‘ସୂର୍ଯ୍ୟବଂଶୀ’ - ଅକ୍ଷୟ କୁମାରଙ୍କ ଆଗାମୀ ଫିଲ୍ମ ସୂର୍ଯ୍ୟବଂଶୀ
କିଛି ଦିନ ପୂର୍ବରୁ ମାର୍ଚ୍ଚ 27ରେ ଅକ୍ଷୟଙ୍କ ବହୁ ପ୍ରତିକ୍ଷିତ ଫିଲ୍ମ ‘ସୂର୍ଯ୍ୟବଂଶୀ’ ରିଲିଜ ହେବାର ଘୋଷଣା ହୋଇଥିଲା। ହେଲେ ଏବେ ଫିଲ୍ମର ରିଲିଜ ତାରିଖ ବଦଳାଇ ଦେଇଛନ୍ତି ମେକର୍ସ।
ଏହି କଥାର ଘୋଷଣା କରି ଅକ୍ଷୟ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରିଛନ୍ତି । ଯାହାର କ୍ୟାପସନରେ ସେ ଲେଖିଛନ୍ତି, ‘କ୍ରାଇମ ପାଇଁ କୌଣସି ଟାଇମ ନାହିଁ । କାରଣ ଆସୁଛି ପୋଲିସ । ସୂର୍ଯ୍ୟବଂଶୀ ଏବେ ମାର୍ଚ୍ଚ 24ରେ ରିଲିଜ ହେବ। #SooryavanshiOn24thMarch।’
ବର୍ତ୍ତମାନ ଭାଇରାଲ ହେଉଥିବା ଏହି ଭିଡିଓରେ ‘ସିମ୍ବା’ରର ରଣବୀର ସିଂ, ‘ସିଂଘମ’ ଅଜୟ ଦେବଗନ ଓ ‘ସୂର୍ଯ୍ୟବଂଶୀ’ ଅକ୍ଷୟ ନଜର ଆସୁଛନ୍ତି। ଗୁଡି ପାଡ଼ୱା ଅବସରରେ ‘ସୂର୍ଯ୍ୟବଂଶୀ’ ରିଲିଜ କରିବାକୁ ସ୍ଥିର କରିଛନ୍ତି ମେକର୍ସ। ଏହାପୂର୍ବରୁ ଫିଲ୍ମଟି ମାର୍ଚ୍ଚ 27 ତାରିଖରେ ରିଲିଜ ହେବାର ଘୋଷଣା କରାଯାଇଥିଲା । ସେହିପରି ମାର୍ଚ୍ଚ 2ରେ ଫିଲ୍ମର ଜବରଦସ୍ତ ଟ୍ରେଲର ରିଲିଜ କରାଯିବ । ଯାହାକୁ ନେଇ ଉତ୍ସାହିତ ଦର୍ଶକ ।