ଓଡିଶା

odisha

ETV Bharat / sitara

ଓଟିଟି ପ୍ଲାଟଫର୍ମରେ ରିଲିଜ ହେବ ନାହିଁ ‘ସୂର୍ଯ୍ୟବଂଶୀ’-‘83’ - ଲାଏନ୍ସ ଏଣ୍ଟରଟେନମେଣ୍ଟ ସିଇଓ ଶିବାଶିଷ ସରକାର

‘ସୂର୍ଯ୍ୟବଂଶୀ’ ଓ ‘83’ ଫିଲ୍ମର ପ୍ରଯୋଜକଙ୍କ ବଡ ଖୁଲାସା। ଲକଡାଉନ ଶେଷ ହେବା ପରେ ବଡ ପରଦାରେ ରିଲିଜ ହେବ ଫିଲ୍ମ। ହେଲେ ଓଟିଟି ପ୍ଲାଟଫର୍ମକୁ ମେକର୍ସଙ୍କ ନାଁ।

sooryavanshi
ଡିଜାଇନ ଫଟୋ

By

Published : Apr 16, 2020, 8:11 PM IST

ମୁମ୍ବାଇ: କୋରୋନା ଭାଇରସ ପାଇଁ ଠପ ହୋଇଯାଇଛି ସବୁ କିଛି। ଏହି ମହାମାରୀ ରୋକିବା ପାଇଁ ଭାରତରେ ଏବେ ଲକଡାଉନରେ ଅଛନ୍ତି ଜନସାଧାରଣ। ଲକଡାଉନ ପୂର୍ବରୁ ଟିଭି ଶୋ, ଫିଲ୍ମର ସୁଟିଂ ରଦ୍ଦ କରିଦିଆଯାଇଥିଲା । ସେହିପରି ଅନେକ ଫିଲ୍ମ ରିଲିଜ ତାରିଖକୁ ମଧ୍ୟ ଘୁଞ୍ଚାଇ ଦିଆଯାଇଛି। ଏବର୍ଷ ରିଲିଜ ହେବାକୁ ଥିବା ଦୁଇ ବଡ ଫିଲ୍ମ ତଥା ଅକ୍ଷୟ କୁମାରଙ୍କ ‘ସୂର୍ଯ୍ୟବଂଶୀ’ ଓ ରଣବୀର ସିଂଙ୍କ ‘83’ ରିଲିଜ ଡେଟ ମଧ୍ୟ ସ୍ଥିଗତ ରଖାଯାଇଛି।

ମାର୍ଚ୍ଚ 24ରେ ‘ସୂର୍ଯ୍ୟବଂଶୀ’ ରିଲିଜ ହେବାର ଥିଲା । ଆଉ ‘83’ ଏମାସ 10ରେ । ଲକଡାଉନ ପାଇଁ ଏହି ଦୁଇ ଫିଲ୍ମ ସିନେମାଘରେ ପହଞ୍ଚିପାରିନାହିଁ । ମୁଖ୍ୟକଥା ହେଲା ଯେ ଏହି ଦୁଇ ଫିଲ୍ମର ପ୍ରଯୋଜକ ତଥା ରିଲାଏନ୍ସ ଏଣ୍ଟରଟେନମେଣ୍ଟ ସିଇଓ ଶିବାଶିଷ ସରକାର କୋରୋନା ପ୍ରକୋପକୁ ଦୃଷ୍ଟିରେ ରଖି ଦୁଇ ଫିଲ୍ମର ରିଲିଜ ତାରିଖକୁ ଆଗକୁ ବଢାଇ ଦେଇଥିଲେ। ହେଲେ ଏଯାବତ ଫିଲ୍ମର ରିଲିଜ ତାରିଖକୁ ନେଇ କୌଣସି ନୂଆ ସୂଚନା ସାମ୍ନାକୁ ଆସିନାହିଁ ।

ଇତିମଧ୍ୟରେ ଶିବାଶିଷ ଏକ ସାକ୍ଷାତକାରରେ କହିଛନ୍ତି ଯେ ଲକଡାଉନ ଶେଷ ହେବ ମାତ୍ରେ ଏହି ଦୁଇ ଫିଲ୍ମ ବଡ ପରଦାରେ ପ୍ରଥମେ ରିଲିଜ କରିବେ । ଏହାସହ ସେ ଦୁଇ ଫିଲ୍ମକୁ ଓଟିଟି ପ୍ଲାଟଫର୍ମରେ ରିଲିଜ କରିବାକୁ ମଧ୍ୟ ମନା କରିଦେଇଛନ୍ତି।

ABOUT THE AUTHOR

...view details