ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତ ଓ ତାଙ୍କ ଏକ୍ସ ମ୍ୟାନେଜର ଦିଶା ସାଲିୟାନଙ୍କ ନିଧନ ପରେ ‘ହିରୋ’ର ଅଭିନେତା ସୁରଜ ପଞ୍ଚୋଲୀଙ୍କ ନାମ ପୁଣି ଥରେ ବିବାଦ ଘେରରେ । ସୋସିଆଲ ମିଡିଆରେ ଦିଶା ଓ ସୁରଜଙ୍କ ରିଲେସନଶିପକୁ ନେଇ ଅନେକ କାହାଣୀ ଦେଖିବାକୁ ମଧ୍ୟ ମିଳୁଛି । ଯାହା ଉପରେ ଏବେ ପ୍ରତିକ୍ରିୟା ରଖିଛନ୍ତି ସୁରଜ । ସେ ଏହିପରି ସବୁ ଖବରକୁ ଖଣ୍ଡନ କରିଛନ୍ତି । ତାଙ୍କର ସୁଶାନ୍ତଙ୍କ ସହ କେବେ ମଧ୍ୟ ଝଗଡା ହୋଇନଥିଲା । ଆଉ ତାଙ୍କ ଏକ୍ସ ମ୍ୟାନେଜର ଦିଶାଙ୍କୁ ସେ ଜାଣି ନାହାଁନ୍ତି କହି ଚର୍ଚ୍ଚାରେ ।
ସୁଶାନ୍ତା-ଦିଶାଙ୍କ ମାମଲାରେ ମୁହଁ ଖୋଲିଲେ ସୁରଜ - ସୁଶାନ୍ତ ସିଂ ରାଜପୁତ ଓ ତାଙ୍କ ଏକ୍ସ ମ୍ୟାନେଜର ଦିଶା ସାଲିୟାନଙ୍କ ନିଧନ
ପୁଣି ବୟାନ ଦେଇ ଚର୍ଚ୍ଚାରେ ସୁରଜ ପଞ୍ଚୋଲୀ । ସୁଶାନ୍ତଙ୍କ ଏକ୍ସ ମ୍ୟାନେଜର ଦିଶାଙ୍କୁ ଜାଣି ନାହିଁନ୍ତି ବୋଲି ବୟାନରେ କହିଛନ୍ତି ସେ ।
ଏହି ସବୁ ଅଭିଯୋଗକୁ ଖଣ୍ଡନ କରି ସୁରଜ କହିଛନ୍ତି, ‘ମୁଁ ପୂର୍ବରୁ ମଧ୍ୟ ସୁଶାନ୍ତଙ୍କ ସହ ସମ୍ପୃକ୍ତ ଥିବା ସବୁ କଥା ଉପରେ ପ୍ରତିକ୍ରିୟା ଦେଇସାରିଛି । ଆଉ ସଲମାନ ଖାନ ମୋ ଜୀବନରେ କାହିଁକି ହସ୍ତକ୍ଷେପ କରିବେ । ଏହା ବ୍ୟତୀତ କଣ ତାଙ୍କ ପାଖରେ ଆଉ କୌଣସି କାମ ନାହିଁ । ମୁଁ ଜାଣିନାହିଁ ଦିଶା କିଏ । ମୋ ପୁରା ଜୀବନରେ କେବେ ମଧ୍ୟ ତାଙ୍କୁ ସାକ୍ଷାତ କରି ନାହିଁ । ସୁଶାନ୍ତଙ୍କ ମୃତ୍ୟୁ ପରେ ମୁଁ ତାଙ୍କ ବିଷୟରେ ଜାଣିବାକୁ ପାଇଲି । ଯାହା ମତେ ଶୁଣି ଖରାପ ଲାଗିଲା । କିଛି ଲୋକ ନିଜ ଫେସବୁକ ପେଜରେ ଫିଲ୍ମର ସ୍କ୍ରିପ୍ଟ ପରି ଏହି ସବୁ କାହାଣୀ ଲେଖିବାରେ ଲାଗିଛନ୍ତି । ଯାହାକୁ ଅନ୍ୟ ଲୋକ ସତ ଭାବି ବସିଛନ୍ତି ।’
ସେହିପରି ସୁରଜଙ୍କ ପିତା ତଥା ଅଭିନେତା ଆଦିତ୍ୟ ପଞ୍ଚୋଲୀ ମଧ୍ୟ ବୟାନରେ କହିଥିଲେ, ‘ମୋ ପୁଅକୁ କାହିଁକି ଏହି ସବୁ ଜିନିଷ ଭିତରୁ ଟାଣି ନିଆଯାଇଛି? ଦିନେ ନା ଦିନେ ସତ ସମସ୍ତଙ୍କ ସାମ୍ନାକୁ ଆସିବ । ହେଲେ ମୋ ପୁଅ ଯଦି ଆସନ୍ତା କାଲି କିଛି କରିବସେ ତେବେ ଏହା ପାଇଁ ଦାୟୀ କିଏ ହେବ । ସେ ପ୍ରାୟ 7-8 ବର୍ଷ ପାଇଁ ଏକ କଷ୍ଟଦାୟକ ସମୟ ଦେଇ ଗତି କରିସାରିଲାଣି । ତାଙ୍କୁ ଆଉ ହଇରାଣ କରନାହିଁ ।’