ଓଡିଶା

odisha

ETV Bharat / sitara

ପୁଣି ଆସିବ 'ମୈନେ ପ୍ୟାର କିୟା'ର ରିମେକ ! - hum char

ସଲମାନଙ୍କ ଫ୍ୟାନଙ୍କ ପାଇଁ ଗୋଟିଏ ଖୁସି ଖବର । ସଲମାନ ଓ ରାଜଶ୍ରୀ ପ୍ରଡକ୍ସନର ସୁରଜ ବରଜାତିୟାଙ୍କ ଯୋଡି ବିଷୟରେ ତ ଆପଣମାନଙ୍କୁ ଜଣାଥିବ । ଆଉ ଏବେ ଖୁବଶିଘ୍ର ପରଦାକୁ ଆସିବାକୁ ଯାଉଛି ଉଭୟଙ୍କ ଯୋଡି ।

ଫଟୋ ସୌଜନ୍ୟ: ଇନାଡୁ ଇଣ୍ଡିଆ

By

Published : Feb 6, 2019, 1:45 PM IST


ହାଇଦ୍ରାବାଦ: ସଲମାନଙ୍କ ଫ୍ୟାନଙ୍କ ପାଇଁ ଗୋଟିଏ ଖୁସି ଖବର । ସଲମାନ ଓ ରାଜଶ୍ରୀ ପ୍ରଡକ୍ସନର ସୁରଜ ବରଜାତିୟାଙ୍କ ଯୋଡି ବିଷୟରେ ତ ଆପଣମାନଙ୍କୁ ଜଣାଥିବ । ଆଉ ଏବେ ଖୁବଶିଘ୍ର ପରଦାକୁ ଆସିବାକୁ ଯାଉଛି ଉଭୟଙ୍କ ଯୋଡି ।


ପ୍ରକାଶ ଥାଉକି, ସୁରଜ ବରଜାତିୟା ଏବେ ତାଙ୍କ ପ୍ରିୟ ଅଭିନେତା ସଲମାନଙ୍କ ସହ କାମ କରିବାକୁ ପ୍ରସ୍ତୁତ । ସୁରଜ ଫିଲ୍ମ 'ମୈନେ ପ୍ୟାର କିୟା'ରୁ ନେଇ 'ପ୍ରେମ ରତନ ଧନ ପାୟୋ'ରେ ସଲମାନଙ୍କ ସହ କାମ କରିସାରିଛନ୍ତି । ସୁରଜ ଏବେ ଫିଲ୍ମ 'ହମ ଚାର'ର ପ୍ରଡକ୍ସନ କାମରେ ବ୍ୟସ୍ତ ।

ସଲମାନଙ୍କ ସହ ଫିଲ୍ମ ବିଷୟରେ ସୁରଜ କହିଛନ୍ତି, 'ଏହା ଏକ ପାରିବାରିକ ଡ୍ରାମା, କିନ୍ତୁ ଯୌଥ ପରିବାରକୁ ନେଇ ଆଧାରିତ ନୁହେଁ । ଏହା ସ୍ବାମୀ ସ୍ତ୍ରୀଙ୍କ ସମ୍ପର୍କକୁ ନେଇ ଆଧାରିତ । ଏହାକୁ ନେଇ ମୁଁ ସଲମାନଙ୍କ ସହ ଚର୍ଚ୍ଚା କରିସାରିଛି ।'

ଆଗକୁ କଥା ବଢାଇ ସୁରଜ କହିଛନ୍ତି, ଏବେ ମୁଁ ଫିଲ୍ମ 'ହମ ଚାର'କୁ ନେଇ ବ୍ୟସ୍ତ । ଏହା ପରେ ମୋ ସାନପୁଅ ଅବିନାଶ ଚଳିବର୍ଷ ଗୋଟିଏ ଫିଲ୍ମ ମାଧ୍ୟମରେ ଲେଖକ-ନିର୍ଦ୍ଦେଶନାରେ ଡେବ୍ୟୁ କରିବେ । ଏହା ଗୋଟିଏ ବଡ ଦାୟିତ୍ବ । ଏହାପରେ ମୁଁ ସଲମାନଙ୍କୁ ନେଇ ମୋର ଫିଲ୍ମର କାର୍ଯ୍ୟ ଆରମ୍ଭ କରିବି ।

For All Latest Updates

ABOUT THE AUTHOR

...view details