ମୁମ୍ବାଇ: ଆକ୍ସନ ଥ୍ରିଲର ଫିଲ୍ମ 'ଫତେହ୍'ରେ ଅଭିନୟ କରିବେ ଲୋକପ୍ରିୟ ବଲିଉଡ଼ ଆକ୍ଟର ସୋନୁ ସୁଦ । ଏନେଇ ଗୁରୁବାର ଫିଲ୍ମ ମେକର୍ସ ସୂଚନା ଦେଇଛନ୍ତି । ଏହି ଫିଲ୍ମରେ ସୋନୁଙ୍କୁ ଦମଦାର ଆକ୍ସନ କରୁଥିବାର ଦେଖିବେ ଦର୍ଶକ ।
ଫିଲ୍ମ 'ଦବଙ୍ଗ' ଓ 'ସିମ୍ବା' ପାଇଁ ଦର୍ଶକଙ୍କ ମଧ୍ୟରେ ଅଧିକ ଲୋକପ୍ରିୟ ହୋଇଥିବା ଏହି ୪୮ ବର୍ଷୀୟ ଆକ୍ଟର ଏହି ଫିଲ୍ମରେ ନଜର ଆସିବେ । ଏହି ଫିଲ୍ମରେ ବାଜିରାଓ ମସ୍ତାନୀର ଆସିଷ୍ଟାଣ୍ଡ ଡାଇରେକ୍ଟର ଅଭିନନ୍ଦନ ଗୁପ୍ତା ଏଥିରେ ନିର୍ଦ୍ଦେଶନା ଦେଇଛନ୍ତି । ଫିଲ୍ମରେ ଅଭିନୟର ସୁଯୋଗ ପାଇବା ପରେ ସୋନୁ କହିଛନ୍ତି ଯେ ତାଙ୍କୁ ଫିଲ୍ମର ଷ୍ଟୋରୀ ବେଶ ପସନ୍ଦ ଆସିଛି । ଏହା ଏକ ମୁଖ୍ୟ ବିଷୟ ଏବଂ ଏହା ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିବା ଆବଶ୍ୟକ । ସେ ଫିଲ୍ମର ସ୍କ୍ରିପ୍ଟ ପଢିବା ପରେ ଏହାର ଏକ ଅଂଶ ହେବାକୁ ଚାହିଁଥିଲେ । ଏଭଳି ଷ୍ଟୋରୀକୁ ସେ ଦର୍ଶକଙ୍କ ନିକଟରେ ପହଞ୍ଚାଇବାକୁ ଯାଉଥିବାରୁ ବେଶ ଖୁସି ବୋଲି ସେ କହିଛନ୍ତି ।
ଏହା ବି ପଢନ୍ତୁ: ସୋସିଆଲ୍ ମିଡିଆରେ ପୋଷ୍ଟ୍ ମାମଲା: ମୁମ୍ବାଇ ପୋଲିସ ନିକଟରେ ହାଜର ହେବେ କଙ୍ଗନା