ଓଡିଶା

odisha

‘ସୁଶାନ୍ତଙ୍କ ଆତ୍ମହତ୍ୟା ପାଇଁ ଇଣ୍ଡଷ୍ଟ୍ରିକୁ ଦାୟୀ କରିବା ଠିକ୍ ନୁହେଁ’

By

Published : Jun 29, 2020, 1:45 PM IST

ଲକଡାଉନରେ ମହାନ କାର୍ଯ୍ୟ କରି ସବୁ ମହଲରେ ପ୍ରଶଂସା ପାଉଥିବା ସୋନୁ ସୁ଼ଦ ଏବେ ସୁଶାନ୍ତଙ୍କ ଆତ୍ମହତ୍ୟାରେ ମୁହଁ ଖୋଲିଛନ୍ତି ।

ଡିଜାଇନ ଫଟୋ
ଡିଜାଇନ ଫଟୋ

ମୁମ୍ବାଇ: ଫେମସ ଆକ୍ଟର ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ବଲିଉଡ ପାଇଁ କାଳ ସାଜିଛି । ତାଙ୍କ ମୃତ୍ୟୁରେ କ୍ରୋଧିତ ଥିବା ଲୋକେ ବଲିଉଡ ଉପରେ ପରିବାରବାଦ, ଗୋଷ୍ଠୀବାଦ ଭଳି ଅଭିଯୋଗ ଆଣିବାରେ ଲାଗିଛନ୍ତି । ସେହିପରି ସୁଶାନ୍ତଙ୍କ ଫ୍ୟାନ୍ସଙ୍କ ରାଗର ଶିକାର ଫେମସ ନିର୍ମାତା କରନ ଜୋହର, ସଲମାନ ଖାନ, ଆଲିୟା ଭଟ୍ଟ, ସୋନମ କପୁରଙ୍କ ଭଳି କଳାକାର ହୋଇଛନ୍ତି । ଏବେ ଏହି ପ୍ରସଙ୍ଗ ଉପରେ ହ୍ୟାଣ୍ଡସମ ଆକ୍ଟର ସୋନୁ ସୁଦଙ୍କ ପ୍ରତିକ୍ରିୟା ଦେଖିବାକୁ ମିଳୁଛି ।

ସୁଶାନ୍ତଙ୍କ ଆତ୍ମହତ୍ୟାକୁ ନେଇ କହିଥିଲେ ଯେ ଏଥିରୁ କୌଣସି ଫର୍କ ପଡୁନାହିଁ କି ଆପଣ କେତେ ଟ୍ୟାଲେଣ୍ଟେଡ । ଏହି ଇଣ୍ଡଷ୍ଟ୍ରିରେ ନିଜକୁ ନିଜେ ସ୍ଥାପିତ କରିବା ବହୁତ କଷ୍ଟଦାୟକ ।

ନିକଟରେ ସୋନୁ ଏକ ସାକ୍ଷାତକାରରେ ଯୋଗ ଦେଇ ସୁଶାନ୍ତଙ୍କ ମୃତ୍ୟୁରେ କହିଥିଲେ, ‘ଏହି କଥାରେ କୌଣସି ଫର୍କ ପଡୁନାହିଁ ଯେ ତୁମେ କେତେ ପ୍ରତିଭାଶାଳୀ । ଇଣ୍ଡଷ୍ଟ୍ରିରେ ତିଷ୍ଠି ରହିବା କଷ୍ଟଦାୟକ । ଇଣ୍ଡଷ୍ଟ୍ରିରେ ବହୁତ କମ ଆଉଟସାଉଡର ଅଛନ୍ତି ଯିଏ ବାହାରୁ ଆସି ସଫଳ ମଧ୍ୟ ହୋଇଛନ୍ତି । ସୁଶାନ୍ତଙ୍କ ମୃତ୍ୟୁ ପାଇଁ ଗୋଟିଏ ଗୋଷ୍ଠୀ, ଫେମସ କଳାକାର କିମ୍ବା ଷ୍ଟାର କିଡ୍ସଙ୍କୁ ଦାୟୀ କରିବା ଠିକ୍ କଥା ନୁହେଁ । ଇଣ୍ଡଷ୍ଟ୍ରିରେ ଅନେକ ବଡ କଳାକାର ଅଛନ୍ତି ଯିଏ ଅନ୍ୟ କଳାକାରଙ୍କୁ ସୁଯୋଗ ଦେଇଛନ୍ତି । ଆଉ ଯଦି ରହିଲା ତଥ୍ୟ କଥା ତେବେ ଆପଣ ସମସ୍ତଙ୍କୁ ସମ୍ମାନ ଦିଅ । ଆଉ ସମୟ ସ୍ଥିର କରି କଣ ଠିକ୍ କଣ ଭୁଲ ।’

ପ୍ରକାଶ ଥାଉକି ସୁଶାନ୍ତ ଗତ 14 ତାରିଖରେ ମୁମ୍ବାଇର ବାନ୍ଦ୍ରର ସ୍ଥିତ ନିଜ ନିବାସରେ ଫାଶି ଲଗାଇ ଆତ୍ମହତ୍ୟା କରିଥିଲେ । ଏଯାବତ ତାଙ୍କ ମୃତ୍ୟୁକୁ କେହି ବିଶ୍ବାସ କରିପାରୁନାହିଁନ୍ତି ।

ABOUT THE AUTHOR

...view details