ମୁମ୍ବାଇ: ଅଫଜଲ ଗୁରୁ ଫାଶୀ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରି ଆଲିୟା ଭଟ୍ଟଙ୍କ ମା’ ସୋନି ରାଜଧାନ ସୋସିଆଲ ମିଡିଆରେ ଟ୍ରୋଲର୍ସଙ୍କ ଶିକାର ହୋଇଛନ୍ତି । ନିଜର ଏକ ଟ୍ବିଟ ପାଇଁ ତାଙ୍କୁ ସମାଲୋଚନାର ସାମ୍ନା କରିବାକୁ ପଡିଛି । ସେ ଟ୍ବିଟ କରିଥିଲେ ଯେ ଏହା ନ୍ୟାୟର ଦ୍ରୋହ । ଯଦି ସେ ନିର୍ଦୋଷ ତାହାଲେ କିଏ ଅଛନ୍ତି ତାଙ୍କୁ ଫେରାଇ ଆଣିବାକୁ ।
‘ମୃତ୍ୟୁ ଦଣ୍ଡକୁ ହାଲକାରେ ବ୍ୟବହାର କରିବା କଥା ନୁହେଁ । ଅଫଜଲଙ୍କୁ ବଲି କା ବକରା କାହିଁକି କରାଯାଇଛି । ଏହାର ମଧ୍ୟ ସଠିକ ତଦନ୍ତ ହେବା ଦରକାର’ ବୋଲି ଟ୍ବିଟରେ ଲେଖିଥିଲେ ସୋନି । ତାଙ୍କ ଏହି ଟ୍ବିଟ ପରେ ଜଣେ ୟୁଜର ଲେଖିଛନ୍ତି, ‘ଆପଣଙ୍କୁ ଲଜ୍ୟା ଲାଗିବା କଥା । ସେହି ଲୋକଙ୍କର କଣ ଦୋଷ ଥିଲା, ଯେଉଁମାନେ ସଂସଦରେ ହୋଇଥିବା ଆତଙ୍କୀ ଆକ୍ରମଣରେ ଜୀବନ ହରାଇଥିଲେ ।’