ଓଡିଶା

odisha

ETV Bharat / sitara

ଦ୍ୱିତୀୟ ବିବାହ ବାର୍ଷିକୀ ଅବସରରେ ପ୍ରଥମ ଫଟୋ ସେୟାର କଲେ ସୋନମ - ଦ୍ୱିତୀୟ ବିବାହ ବାର୍ଷିକୀ

ଶୁକ୍ରବାର ଦିନ ବଲିଉଡ ଅଭିନେତ୍ରୀ ସୋନମ କପୁର ଅହୁଜା ଏବଂ ତାଙ୍କ ସ୍ୱାମୀ ଆନନ୍ଦ ଅହୁଜା ତାଙ୍କ ବିବାହର ଦ୍ବିତୀୟ ଆନିଭର୍ସାରୀ ପାଳୁଛନ୍ତି । ଏହି ଅବସରରେ ସୋନମ ଆନନ୍ଦ ଅହୁଜାଙ୍କ ପାଇଁ ସୋସିଆଲ ମିଡିଆରେ ଏକ ଭାବପ୍ରବଣ ନୋଟ ଲେଖିଛନ୍ତି । ଅଧିକ ପଢନ୍ତୁ...

Sonam shares her first ever pic with Anand on 2nd wedding anniversary
ଆଜି ସୋନମ ଆନନ୍ଦଙ୍କ ଦ୍ୱିତୀୟ ବିବାହ ବାର୍ଷିକୀ

By

Published : May 8, 2020, 5:00 PM IST

ନୂଆଦିଲ୍ଲୀ: ଶୁକ୍ରବାର ଦିନ ବଲିଉଡ ଅଭିନେତ୍ରୀ ସୋନମ କପୁର ଅହୁଜା ଏବଂ ତାଙ୍କ ସ୍ୱାମୀ ଆନନ୍ଦ ଅହୁଜା ତାଙ୍କ ବିବାହର 2ବର୍ଷ ପୂର୍ତ୍ତି ପାଳୁଛନ୍ତି । ଏହି ବିବାହ ଉତ୍ସବକୁ ନେଇ ସୋନମ ଆନନ୍ଦ ଅହୁଜାଙ୍କ ପାଇଁ ସୋସିଆଲ ମିଡିଆରେ ଏକ ଭାବପ୍ରବଣ ନୋଟ ଲେଖିଛନ୍ତି ।

ସୋମନ ଲେଖିଥିଲେ ଯେ, 4 ବର୍ଷ ପୂର୍ବେ ଆଜି ମୁଁ ଜଣେ ଭେଗାନଙ୍କୁ ଭେଟିଥିଲି ଯିଏ କି ଜଣେ ବଡ ବିଜନେସମ୍ୟାନ ଅଟନ୍ତି । ମୁଁ ଯେତେବେଳେ ତାଙ୍କୁ ଦେଖିଥିଲି ତାଙ୍କର କରୁଣା, ଦୟା, ଉଦାରତା ଏବଂ ସ୍ମାର୍ଟନେସ ମତେ ଆକର୍ଷଣ କରିଥିଲା । ଏହାସହ ଆନନ୍ଦ ମୋ ସହିତ 4 ବର୍ଷ ଏକ ଭଲ ସାଥୀ ଭାବରେ ମୋ ପାଖରେ ଛିଡା ହୋଇଥିବାରୁ ମୁଁ ତାଙ୍କୁ ଧନ୍ୟବାଦ ଜଣାଉଛି ।

ଏହାସହ ସୋନମ ଆହୁରି ଲେଖିଛନ୍ତି ଯେ, ଆନନ୍ଦ ମୋର ସବୁ ଆଶା ଉଚ୍ଛାକୁ ପୂରଣ କରନ୍ତି । ହାପି ହାପି ଆନିଭରର୍ସରୀ ହବି । ମୁଁ ଅତ୍ୟଧିକ ଖୁସି ଯେ ମୁଁ ତୁମକୁ ମୋର ସ୍ବାମୀ ରୂପେ ପାଇଛି । ମୁଁ ତୁମକୁ ଅଧିକ ଭଲ ପାଏ ଏବଂ ମୁଁ ଜାଣେ ତୁମେ ମୋତେ ମୋ ଠାରୁ ଅଧିକ ଭଲ ପାଅ। ତୁମେ ମୋର ସର୍ବଶ୍ରେଷ୍ଠ ଉପହାର । #ଏଭ୍ରି ଡେ ଫେନୋମେନାଲ ।

ଏହା ସହିତ ସୋନମ ଏକ ଫଟୋ ପୋଷ୍ଟ କରିଛନ୍ତି ଯେଉଁଥିରେ ସେ ଆନନ୍ଦଙ୍କ ଗାଲରେ କିସ କରୁଥିବାର ଦେଖିବାକୁ ମିଳିଛି । ଆନନ୍ଦ ଏବଂ ସୋନମ 2018ରେ ବିବାହ କରିଥିଲେ । ବର୍ତ୍ତମାନ ଲକଡାଇନ ସମୟରେ ସେମାନେ ଦିଲ୍ଲୀରେ ତାଙ୍କ ଘରେ ରହି ପରସ୍ପର ସହିତ ସମୟ ବିତାଉଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details