ଓଡିଶା

odisha

ETV Bharat / sitara

Hubbyଙ୍କୁ ମିସ୍‌ କରୁଛନ୍ତି ସୋନମ, ସେୟାର କଲେ ଫଟୋ

ବଲିଉଡ଼ ଷ୍ଟାଇଲ କ୍ବିନ ସୋନମ କପୁର ହବି ଆନନ୍ଦ ଅହୁଜାଙ୍କୁ ମିସ କରି ଏକ ଫଟୋ ପୋଷ୍ଟ କରିଛନ୍ତି । ଅଧିକ ପଢନ୍ତୁ...

By

Published : Aug 30, 2021, 7:51 PM IST

Hubbyଙ୍କୁ ମିସ୍‌ କରୁଛନ୍ତି ସୋନମ, ସେୟାର କଲେ ଫଟୋ
Hubbyଙ୍କୁ ମିସ୍‌ କରୁଛନ୍ତି ସୋନମ, ସେୟାର କଲେ ଫଟୋ

ହାଇଦ୍ରାବାଦ: ବଲିଉଡ଼ ଅଭିନେତ୍ରୀ ସୋନମ କପୁର UKରେ ପ୍ରାୟ ସ୍ବାମୀ ଆନନ୍ଦ ଆହୁଜାଙ୍କ ସହ ବର୍ଷେ ରହିବା ପରେ ଭାରତ ଫେରିଛନ୍ତି । ସେ ଭଉଣୀ ରିହା କପୁରଙ୍କ ବିବାହ ପାଇଁ ଦେଶକୁ ଫେରିଥିଲେ । ରିହାଙ୍କ ବିବାହ ପରେ ଆନନ୍ଦ ତାଙ୍କ ଦିଲ୍ଲୀସ୍ଥିତ ଘରକୁ ଯାଇଛନ୍ତି । ଆନନ୍ଦଙ୍କ ଯିବାକୁ ୪ ଦିନ ହୋଇନଥିବାବେଳେ ସୋନମ ତାଙ୍କୁ ମିସ୍‌ କରୁଥିବା ଇନଷ୍ଟାଗ୍ରାମ ପୋଷ୍ଟରେ କହିଛନ୍ତି ।

ସୋନମ ସ୍ବାମୀଙ୍କ ସହ ଏକ ପ୍ରେମଭରା ଫଟୋକୁ ସେୟାର କରିଛନ୍ତି । ଯେଉଁଥିରେ ଆନନ୍ଦ ତାଙ୍କ ହାତକୁ ଧରିଛନ୍ତି । ଏହି ଫଟୋ ପୋଷ୍ଟ କରି ସେ ତାଙ୍କୁ ବହୁତ ମନେ ପକାଇଥିବା କହିଛନ୍ତି । ତାଙ୍କୁ ଦେଖିବା ପାଇଁ ଆଉ ଅପେକ୍ଷା କରିପାରୁନାହାନ୍ତି ବୋଲି କ୍ୟାପସନରେ ଲେଖିଥିବା ଦେଖିବାକୁ ମିଳିଛି । ଏହି ଫଟୋରେ ସୋନମ ଏକ ଗୋଲାପୀ ରଙ୍ଗର ପୋଷାକ ପିନ୍ଧିଥିବାବେଳେ ଆନନ୍ଦ ନେଭି ବ୍ଲୁର ବ୍ଲେଜର ସହିତ ଧଳା ରଙ୍ଗର ଟି-ସାର୍ଟ ପିନ୍ଧିଛନ୍ତି ।

ସୋନମଙ୍କ କାମ ସମ୍ପର୍କରେ ଆଲୋଚନା କଲେ ସେ ଆଗକୁ କ୍ରାଇମ ଥ୍ରିଲର 'ବ୍ଲାଇଣ୍ଡ'ରେ ନଜର ଆସିବାକୁ ଯାଉଛନ୍ତି । ଏଥିରେ ସେ ଜଣେ ଦୃଷ୍ଟିହୀନ ମହିଳାଙ୍କ ଭୂମିକାରେ ଅଭିନୟ କରିଛନ୍ତି । ତେବେ ଏହାକୁ ସୁଜୋୟ ଘୋଷ ପ୍ରଯୋଜିତ କରିଛନ୍ତି । ଦୃଷ୍ଟିହୀନ ପୋଲିସ ଅଧିକାରୀ ଜଣକ ଏକ ସିରିଏଲ କିଲର ଅପରାଧୀକୁ ଖୋଜିବା ଉପରେ କାହାଣୀ ଆଧାରିତ । ଏଥିରେ ଅନ୍ୟ କଳାକାର ଭାବେ ବିନୟ ପାଠକ, ପୁରବ କୋହଲି ଓ ଲିଲେଟ୍ଟ ଦୁବେ ନଜର ଆସିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details