ଓଡିଶା

odisha

‘ଫାଦର୍ସ ଡେ’ରେ ପରିବାରବାଦକୁ ସ୍ବୀକାର କଲେ ସୋନମ

By

Published : Jun 22, 2020, 12:16 PM IST

ପୁଣି ସୋସିଆଲ ମିଡିଆରେ ନିଜର ପୋଷ୍ଟକୁ ନେଇ ଟ୍ରୋଲ ସୋନମ । ଏଥର ସେ ପୋଷ୍ଟରେ ପରିବାରବାଦକୁ ନେଇ ଗର୍ବିତ ବୋଲି ଲେଖି ଚର୍ଚ୍ଚାରେ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସୋନମ କପୁର
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସୋନମ କପୁର

ମୁମ୍ବାଇ: ବି-ଟାଉନର ଡିଭା ସୋନମ କପୁରଙ୍କ କିଛି ଦିନ ହେବ ସୋସିଆଲ ମିଡିଆରେ ଟ୍ରୋଲ ହେଉଛନ୍ତି । ଫେମସ ଆକ୍ଟର ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ପରଠୁ ତାଙ୍କ ଫ୍ୟାନ୍ସ ଅନେକ ସେଲିବ୍ରିଟିଙ୍କ ଉପରେ ପରିବାରବାଦ ଅଭିଯୋଗ ଆଣି ସୋସିଆଲ ମିଡିଆରେ ଟ୍ରୋଲ କରିବାରେ ଲାଗିଛନ୍ତି । ଏହି କ୍ରମରେ ସାମିଲ ଅଛନ୍ତି ଫେମସ ନିର୍ମାତା କରନ ଜୋହର, ସଲମାନ ଖାନ, ଆଲିୟା ଭଟ୍ଟ, ସୋନମ । ଏବେ ଫ୍ୟାନ୍ସଙ୍କ ପ୍ରଶ୍ନବାଚୀର ଶିକାର ହେବାରେ ଲାଗିଛନ୍ତି ଏହି ଷ୍ଟାର୍ସ । ହେଲେ ସେପଟେ ସୋସିଆଲ ମିଡିଆରେ ଏମିତି ଏକ ପୋଷ୍ଟ କରି ପରିବାରବାଦକୁ ଖୁଲମଖୁଲା ପ୍ରୋତ୍ସାହନ ଦେଇ ଚର୍ଚ୍ଚାରେ ସୋନମ । ଯାହାକୁ ନେଇ କ୍ରୋଧିତ ସୁଶାନ୍ତଙ୍କ ଫ୍ୟାନ୍ସ ।

ରବିବାର ଫାଦର୍ସ ଡେରେ ସୋନମ କରିଥିବା ଏକ ପୋଷ୍ଟକୁ ଆଧାର କରି ପୁଣି ତାଙ୍କୁ ଟ୍ରୋଲ କରାଯାଇଛି । କାରଣ ଏହି ପୋଷ୍ଟରେ ସୋନମ ସ୍ବୀକାର କରିଛନ୍ତି ଯେ ସେ ପରିବାରବାଦ ପାଇଁ ବଲିଉଡରେ ଅଛନ୍ତି ।

ସୋନମ ଟ୍ରୋଲର୍ସଙ୍କୁ ଜବାବ ଦେବାକୁ ଯାଉ ଟ୍ବିଟ କରି ଲେଖିଥିଲେ, ‘ଆଜି ଫାଦର୍ସ ଡେରେ ମୁଁ ଗୋଟିଏ କଥା କହିବାକୁ ଚାହୁଁଛି । ହଁ, ମୁଁ ମୋ ପିତାଙ୍କ ଝିଅ, ଆଉ ଏହା ମଧ୍ୟ ସତ ଯେ ମୁଁ ତାଙ୍କ ପାଇଁ ବଲିଉଡରେ ଅଛି । ଯାହାଦ୍ବାରା ମତେ କିଛି ବିଶେଷ ଅଧିକାର ମଧ୍ୟ ମିଳୁଛି । ଏହା ଅପମାନ ନୁହେଁ । ମୋ ପିତା ବହୁତ ପରିଶ୍ରମ କରିଛନ୍ତି ଆଉ ଏହା ମୋ କର୍ମ ଯେ ମୁଁ ଏଠାରେ ଜନ୍ମ ନେଇଛି । ତାଙ୍କ ଝିଅ ରୂପେ ମୁଁ ଗର୍ବିତ ।’

ପ୍ରକାଶ ଥାଉକି ସୋନମଙ୍କ ଏହି ପୋଷ୍ଟଟି ସୁଶାନ୍ତଙ୍କ ଫ୍ୟାନ୍ସଙ୍କୁ ଆଦୌ ପସନ୍ଦ ଆସିନାହିଁ । ଯାହାଦ୍ବାରା ତାଙ୍କୁ ଟ୍ରୋଲର କରାଯାଉଛି । କାରଣ ବଲିଉଡରେ ଚାଲିଥିବା ପରିବାରବାଦ ପାଇଁ ସୁଶାନ୍ତ ଆତ୍ମହତ୍ୟା କରିଛନ୍ତି ବୋଲି ଅଭିଯୋଗ ଆଣିଛନ୍ତି ଅନେକ ଲୋକ ।

ABOUT THE AUTHOR

...view details