ମୁମ୍ବାଇ: କୋରୋନା ମହାମାରୀଙ୍କୁ ଦୃଷ୍ଟିରେ ରଖି ବର୍ତ୍ତମାନ ଅନେକ ଦେଶ ସହ ଭାରତକୁ ମଧ୍ୟ ଲକଡାଉନ କରାଯାଇଛି। ସେପଟେ ବଲିଉଡ ଇଣ୍ଡଷ୍ଟ୍ରିକୁ ଏହାପୂର୍ବରୁ ଲକଡାଉନ କରାଯାଇଥିଲା। ଏମିତି ପରିସ୍ଥିତିରେ ଅନେକ ସେଲିବ୍ରିଟି ଦିନ ମଜୁରିଆ, ସଂକ୍ରମିତ ଲୋକଙ୍କୁ ସହଯୋଗ ହାତ ବଢାଇସାରିଲେଣି । ଯିଏ ଯେମିତି ସମ୍ଭବ ସେମିତି ଲୋକଙ୍କ ସାହାଯ୍ୟ ପାଇଁ ଦାନ କରିବାରେ ଲାଗିଛନ୍ତି । ହେଲେ କିଛି ୟୁଜର୍ସ ବି-ଟାଉନର ଡିଭା ସୋନମ କପୁରଙ୍କୁ କୋରୋନା ଦ୍ବାରା ପ୍ରଭାବିତ ହେଉଥିବା ଲୋକଙ୍କ ସହଯୋଗ ପାଇଁ କେତେ ଦାନ କରୁଛନ୍ତି ବୋଲି ପ୍ରଶ୍ନ କରିଛନ୍ତି। ଏହା ଶୁଣି ଖୁବ୍ ରାଗିଯାଇଛନ୍ତି ସୋନମ। ଆଉ ଦେଇଛନ୍ତି କଡା ଜବାବ।
ଦାନ ଉପରେ ସୋନମଙ୍କୁ ପ୍ରଶ୍ନ, ମିଳିଲା କଡା ଜବାବ - ସୋନମ କପୁରଙ୍କ ନୂଆ ଟ୍ବିଟ ଭାଇରାଲ
ଗତ କିଛି ମାସରୁ ପୁରା ବିଶ୍ବରେ କୋରୋନା ଭାଇରସର ପ୍ରକୋପ ଦେଖିବାକୁ ମିଳିଆସୁଛି। ଇତିମଧ୍ୟରେ ଦାନ କରିବା କଥା ଉପରେ ରାଗିଛନ୍ତି ସୋନମ କପୁର।
ଜଣେ ଟ୍ବିଟର ୟୁଜର ଏହି ପ୍ରଶ୍ନ ପଚାରି ତାଙ୍କୁ ଟ୍ରୋଲ କରିବାକୁ ମଧ୍ୟ ପ୍ରାୟସ କରିଥିଲେ। ସେ ସୋନମଙ୍କୁ ଏକ ଟ୍ବିଟରେ ଟ୍ୟାଙ୍ଗ କରି ପ୍ରଶ୍ନ କରିଥିଲେ, ‘ସୋନମ ଆପଣ ସବୁବେଳେ ସରକାର ଓ ତାଙ୍କ ନୀତିର ସମାଲୋଚନା କରିଥାଆନ୍ତି। ହେଲେ ଏବେ ଯେତେବେଳେ ଦେଶକୁ ଆପଣଙ୍କ ଆବଶ୍ୟକ ଅଛି, ତେବେ ଦେଶକୁ ବଞ୍ଚାଇବାର ନାହିଁ ଆପଣଙ୍କୁ ? ଆପଣ ମିଛେଇ।’
ସେପଟେ ଏହାର କଡା ଜବାବ ଦେଇ ସୋନମ ଲେଖିଛନ୍ତି, ‘ମୁଁ କିମ୍ବା ମୋ ପରିବାର ଦାନକୁ ସାର୍ବଜନୀକ କରୁନାହିଁ। ଯେପର୍ଯ୍ୟନ୍ତ ସେହି ସଂଗଠନ ଏମିତି କରିବାକୁ ନକହିଛି।’ ପ୍ରକାଶ ଥାଉକି ନିକଟରେ ସାଉଥ ଇଣ୍ଡଷ୍ଟ୍ରିର ଅନେକ ସୁପରଷ୍ଟାର କୋରୋନା ଭାଇରସରେ ପ୍ରଭାବିତ ଲୋକଙ୍କୁ ଦାନ କରିସାରିଲେଣି। ଏହି କ୍ରମରେ ସାମିଲ ଅଛନ୍ତି, ପ୍ରଭାସ, ପୱନ କଲ୍ୟାଣ, ମେହଶ ବାବୁ, ଅଲ୍ଲୁ ଅର୍ଜୁନ, ଜୁନିୟର ଏନଟିଆର ଭଳି କଳାକାର।