ନୂଆଦିଲ୍ଲୀ: ଆଜିକାଲି ବଲିଉଡ ଅଭିନେତ୍ରୀ ସୋନମ କପୁର ସୋସିଆଲ ମିଡିଆରେ ବହୁତ ସକ୍ରିୟ ଅଛନ୍ତି । ସୋନମ ତାଙ୍କ ସ୍ବାମୀଙ୍କ ସହ ଥ୍ରୋବ୍ୟାକ୍ ଫଟୋ ସେୟାର କରି ପ୍ରଶଂସକଙ୍କ ମନୋରଞ୍ଜନ କରୁଛନ୍ତି ।
ବର୍ତ୍ତମାନ ସୋାମନ ଇନଷ୍ଟାଗ୍ରାମରେ ସ୍ବାମୀଙ୍କ ସହ ଏକ ଥ୍ରୋବ୍ୟାକ୍ ଫଟୋ ସେୟାର କରିଛନ୍ତି । ଯେଉଁଥିରେ ଗତ ବର୍ଷ ସୋନମ ହବି ଆନନ୍ଦ ଅହୁଜାଙ୍କ ସହ ଛୁଟିରେ ଜାପାନ ବୁଲିବାକୁ ଆସିଥିଲେ ।
ଏହି ଫଟୋରେ, ସୋନମ ଏବଂ ଆନନ୍ଦ ଏକ ଖୋଲା ପାହାଡିଆ ସ୍ଥାନରେ ପୋଜ୍ କରୁଥିବାର ଦେଖିବାକୁ ମିଳିଛି । ଫଟୋରେ ଏହି ଯୋଡି ବହୁତ ସୁନ୍ଦର ଦେଖାଯାଉଥିଲେ । ସୋନମଙ୍କ ଏହି ଫଟୋକୁ ପ୍ରଶଂସକମାନେ ବହୁତ ପସନ୍ଦ କରିଛନ୍ତି ।
ଗତକାଲି ସୋନମ ଇନଷ୍ଟାଗ୍ରାମରେ ତାଙ୍କ ଫିଲ୍ମ 'ଖୁବସୁରତ'ର ସେଟରୁ ଏକ ଫଟୋ ସେୟାର କରିଥିଲେ । ଏହି ପୋଷ୍ଟରରେ କ୍ୟାପସନରେ ସୋନମ ଲେଖିଥିଲେ, ମୁଁ ରିହର୍ସଲ୍ ଲାଇନ, ଅଭିନୟ ଏବଂ ପୁନର୍ବାର ସେଟ୍କୁ ଯିବା ପାଇଁ ଅପେକ୍ଷା କରିଛି .. ଏହାକୁ ବହୁତ ମିସ୍ କରୁ୍ଛି ।
ନିକଟରେ, ସୋନମଙ୍କୁ 'ଜୋୟା ଫ୍ୟାକ୍ଟର'ରେ ଦଲକିର ସଲମାନଙ୍କ ସହ ଶେଷଥର ଦେଖିବାକୁ ମିଳିଥିଲା । ତାଙ୍କୁ ଖୁବ୍ ଶୀଘ୍ର ଫିଲ୍ମ 'ବ୍ଲାଇଣ୍ତ' ର ହିନ୍ଦୀ ରିମେକ ଦେଖିବାକୁ ମିଳିବ ।