ନୂଆଦିଲ୍ଲୀ: ଆଜିକାଲି ସମଗ୍ର ଦେଶରେ ଲକଡାଉନ ପଡିଛି । ଲକଡାଉନରେ ବଲିଉଡ ସେଲିବ୍ରିଟିମାନେ ସୋସିଆଲ ମିଡିଆରେ ବହୁତ ସମୟ ବିତାଉଛନ୍ତି । ଏହି ସମୟରେ ଅଭିନେତ୍ରୀ ସୋନମ କପୁର ସ୍ୱାମୀ ଆନନ୍ଦ ଅହୁଜାଙ୍କ ସହ ଦିଲ୍ଲୀରେ ରହୁଛନ୍ତି ।
ବର୍ତ୍ତମାନ ସୋନମ କପୁର ତାଙ୍କ 'ଭିରେ ଦି ୱେଡିଂ'ର କୋ-ଷ୍ଟାର କରୀନା କପୁର ଖାନଙ୍କ ବିୟୁଟି ସିକ୍ରେଟ ଫଲୋ କରିଛନ୍ତି । ଯାହାକୁ ନେଇ ସୋନମ ସ୍କିନର କେୟାର ପାଇଁ ତାଙ୍କ ମୁହଁରେ ମାଟିର ମାସ୍କ ଲଗାଇଛନ୍ତି ।
ନିକଟରେ ସୋନମ କପୁର ତାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଯେଉଁଥିରେ ସୋନମ ତାଙ୍କ ମୁହଁରେ ମାଟି ମାସ୍କ ଲଗାଇଥିବାର ଦେଖବାକୁ ମିଳିଛି । ସୋନମଙ୍କ ଏହି ଭିଡିଓଟି ବହୁତ ଭାଇରାଲ ହେବାରେ ଲାଗିଛି ।