ମୁମ୍ବାଇ: ଫେମସ ନିର୍ମାତା ଅଲ୍ଲୀ ଅବ୍ବାସ ଜଫରଙ୍କ ନିର୍ଦ୍ଦେଶନାରେ ଖୁବଶୀଘ୍ର ନିର୍ମାଣ ହେବାକୁ ଯାଉଛି ମିଷ୍ଟର ଝକାସ୍ ଅନିଲ କପୁରଙ୍କ ସୁପରହିଟ୍ ଫିଲ୍ମ ‘ମିଷ୍ଟର ଇଣ୍ଡିଆ’ର ରିମେକ। ଫ୍ୟାନ୍ସ କିନ୍ତୁ ‘ମିଷ୍ଟର ଇଣ୍ଡିଆ’ର ରିମେକ ଫିଲ୍ମ ଦେଖିବାକୁ ଖୁବ୍ ଉତ୍ସାହିତ। ହେଲେ ବିବାଦ ଘେରରେ ଆସିଯାଇଛି ଏହି ଫିଲ୍ମ। ଅଲ୍ଲୀଙ୍କ ଘୋଷଣା ପରଠୁ ଫିଲ୍ମ ଚର୍ଚ୍ଚାରେ। ଧିରେ ଧିରେ ଫିଲ୍ମର ବିବାଦ ବଢିଚାଲିଛି। ମିଷ୍ଟର ଇଣ୍ଡିଆର ନିର୍ଦ୍ଦେଶକ ଶେଖର କପୁରଙ୍କ ପରେ ଏବେ ବି-ଟାଉନର ଡିଭା ସୋନମ କପୁର ମଧ୍ୟ ଫିଲ୍ମର ରିମେକ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି।
ସେ ଏହି କଥାରେ ରାଗିଛନ୍ତି ଯେ ଅଲ୍ଲୀ ‘ମିଷ୍ଟର ଇଣ୍ଡିଆ’ ରିମେକ ନିର୍ମାଣ ନିଷ୍ପତ୍ତି ନେବା ପୂର୍ବରୁ ତାଙ୍କ ପିତା ଅନିଲଙ୍କ ସହ କୌଣସି କଥାବାର୍ତ୍ତା କରିନଥିଲେ। ସେ ଟ୍ବିଟ କରି ଲେଖିଛନ୍ତି, ‘ମତେ ଅନେକ ଲୋକ ମିଷ୍ଟର ଇଣ୍ଡିଆ ରିମେକ ଉପରେ ପ୍ରଶ୍ନ କରୁଛନ୍ତି। ହେଲେ ତାଙ୍କ ପିତାଙ୍କୁ ଏପରି କିଛି ରିମେକ ଫିଲ୍ମର ବିଷୟରେ ଜଣା ମଧ୍ୟ ନାହିଁ । ଆମକୁ ସୋସିଆଲ ମିଡିଆରେ ଜଣା ପଡିଲା ଯେ ଅଲ୍ଲୀ ରିମେକ ନିର୍ମାଣ କରିବାକୁ ଯାଉଛନ୍ତି।’