ଓଡିଶା

odisha

By

Published : Mar 10, 2019, 5:15 AM IST

ETV Bharat / sitara

ଘୋଷଣା ହେଲା 'ଦ ଜୋୟା ଫ୍ୟାକ୍ଟର'ର ରିଲିଜ ତାରିଖ

ଖୁବ୍ ଶୀଘ୍ର ପରଦାରେ ଦେଖିବାକୁ ମିଳିବ ଅଭିନେତ୍ରୀ ସୋନମ କପୁର ଓ ଅଭିନେତା ଦିଲକର ସଲମାନଙ୍କ ବହୁ ପ୍ରତିକ୍ଷିତ ଫିଲ୍ମ 'ଦ ଜୋୟା ଫ୍ୟାକ୍ଟର' । ଜୁନ 14ରେ ସିନେମାଘରେ ରିଲିଜ ହେବ ଯାଉଛି ଏହି ଫିଲ୍ମ ।

ଫଟୋ ସୌଜନ୍ୟ: ଇନାଡୁ ଇଣ୍ଡିଆ

ହାଇଦ୍ରାବାଦ: ବି-ଟାଉନର ଡିଭା ସୋନମ କପୁର ଖୁବ୍ ଶୀଘ୍ର ବିନ୍ଦାସ ଅବତାରରେ ନଜର ଆସିବାକୁ ଯାଉଛନ୍ତି । ସେ 'ଦ ଜୋୟା ଫ୍ୟାକ୍ଟର' ଫିଲ୍ମରେ ଜୋୟା ନାମକ ଝିଅ ଭୂମିକାରେ ଦେଖାଯିବେ । ଯାହାର ରିଲିଜ ତାରିଖ ଘୋଷଣା କରାଯାଇଛି ।

ରାଇଟର ଅନୁଜା ଚୌହାନଙ୍କ ଦ୍ବାରା ଲେଖାଯାଇଥିବା ନୋବେଲ ଉପରେ ଆଧାରିତ ଏହି ଫିଲ୍ମ ଜୁନ 14ରେ ସିନେମାଘରେ ରିଲିଜ ହେବ । ଫିଲ୍ମରେ ସୋନମଙ୍କ ଅପୋଜିଟ ସାଉଥ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତା ଦିଲକର ସଲମାନ ମଧ୍ୟ ମୁଖ୍ୟ ଭୂମିକାରେ ଦେଖାଯିବେ । 'ଦ ଜୋୟା ଫ୍ୟାକ୍ଟର' ଦିଲକରଙ୍କ ବଲିଉଡରେ ଦ୍ବିତୀୟ ଫିଲ୍ମ । ଫିଲ୍ମ 'କାରୱାଂ' ଜରିଆରେ ବଲିଉଡରେ ଡେବ୍ୟୁ କରିଥିଲେ ଦିଲକର ।

ଫକ୍ସ ଷ୍ଟାର ଷ୍ଟୁଡିଓ ଏବଂ ଏଡଲୋବ୍ସ ଫିଲ୍ମ ଦ୍ବାରା ନିର୍ମିତ 'ଦ ଜୋୟା ଫ୍ୟାକ୍ଟର'କୁ 'ତେରେ ବିନ ଲାଦେନ' ଏବଂ 'ପରମାଣୁ' ଭଳି ଫିଲ୍ମ ତିଆରି କରିଥିବା ଅଭିଷେକ ଶର୍ମା ନିର୍ଦ୍ଦେଶନା ଦାୟିତ୍ବ ସମ୍ଭାଳିଛନ୍ତି ।

For All Latest Updates

ABOUT THE AUTHOR

...view details