ଓଡିଶା

odisha

ETV Bharat / sitara

ଦେଶବାସୀଙ୍କୁ ସୋନାଲିଙ୍କ ସଚେତନା ବାର୍ତ୍ତା - ଅଭିନେତ୍ରୀ ସୋନାଲି ବେନ୍ଦ୍ରେଙ୍କ ସଚେତନା ବାର୍ତ୍ତା

ପ୍ରତିବର୍ଷ ନଭେମ୍ବର 8 ତାରିଖରେ ପ୍ରତିବର୍ଷ ଦେଶରେ ପାଳିତ ହୋଇଥାଏ କର୍କଟ ସଚେତନା ଦିବସ । ଏହି ଅବସରରେ ଜନସାଧାରଣଙ୍କୁ ସୋସିଆଲ ମିଡିଆରେ ସଚେତନାର ପାଠ ପଢାଇଛନ୍ତି ଅଭିନେତ୍ରୀ ସୋନାଲି ବେନ୍ଦ୍ରେ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସୋନାଲି ବେନ୍ଦ୍ରେ

By

Published : Nov 8, 2019, 1:24 PM IST

ମୁମ୍ବାଇ: ନଭେମ୍ବର 8 ତାରିଖ ଆଜି ଜାତୀୟ କର୍କଟ ସଚେତନା ଦିବସ ପାଳନ କରିବାରେ ବ୍ୟସ୍ତ ଫେମସ ଅଭିନେତ୍ରୀ ସୋନାଲି ବେନ୍ଦ୍ରେ। ଦୀର୍ଘସମୟରୁ କ୍ୟାନ୍ସର ସହ ଲଢି ସୁସ୍ଥ ହୋଇ ଘରକୁ ଫେରିଥିବା ସୋନାଲି ଏହି ଅବସରରେ ଦେଶବାସୀଙ୍କୁ କର୍କଟ ରୋଗ ବାବଦରେ ସଚେତନା କରାଇବାକୁ ସାମ୍ନାକୁ ବାହାରିଛନ୍ତି। ସେ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ଜନସାଧାରଣଙ୍କୁ ନିଜ ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦେବାକୁ ଅନୁରୋଧ କରିଛନ୍ତି।

ସେ ଟ୍ବିଟରରେ ନିଜ କ୍ୟାନ୍ସର ଚିକିତ୍ସା ସମୟର ଏକ ପୁରୁଣା ଫଟୋ ସେୟାର କରି ଲେଖିଛନ୍ତି, ‘ଆଜି ତୁମେ କରିପାରିବ । ଜାତୀୟ କର୍କଟ ସଚେତନା ଦିବସରେ ଦୟା କରି ନିଜ ସହ ନିଜ ପରିବାର, ବନ୍ଧୁବାନ୍ଧବଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାନ୍ତୁ । ସଚେତନ ହୁଅନ୍ତୁ ଏବଂ ସ୍ବାସ୍ଥ୍ୟ ପରୀକ୍ଷା କରନ୍ତୁ । ଆଉ ଯଦି ପରିବାରରେ କାହାକୁ ମଧ୍ୟ କ୍ୟାନ୍ସର ହୋଇଛି, ତେବେ ବିଶ୍ବାସ କରନ୍ତୁ ପୂର୍ବରୁ ପରୀକ୍ଷା କରାଇ ଜୀବନ ବଞ୍ଚାନ୍ତୁ। ଆଜି ସ୍ବାସ୍ଥ୍ୟ ପରୀକ୍ଷା କରିବା ପାଇଁ ପ୍ରତିଜ୍ଞା କରନ୍ତୁ। କୌଣସି ଏମିତି ବ୍ୟକ୍ତିଙ୍କ ଚିନ୍ତା କରନ୍ତୁ, ଯାହାକୁ ଆପଣ ସୁସ୍ଥ ଦେଖିବାକୁ ଚାହୁଁଛନ୍ତି। ’

ପ୍ରକାଶ ଥାଉକି 43 ବର୍ଷୀୟ ସୋନାଲି ଧୈର୍ଯ୍ୟ ଏବଂ ସାହସ ସହ ନିଜ କ୍ୟାନ୍ସର ସହ ଲଢିଥିଲେ । ଆଉ ନିଜ ଫ୍ୟାନ୍ସଙ୍କୁ ସବୁବେଳେ ସୋସିଆଲ ମିଡିଆରେ ନିଜ ସୁସ୍ଥ ହେବାର ଖବର ସେ ଦେଉଥିଲେ । ଗତ ଏପ୍ରିଲ ମାସରେ ମୁମ୍ବାଇରେ ଆୟୋଜିତ ହୋଇଥିବା କାଓକୋନ୍ର 5ତମ ଅନ୍ତରାଷ୍ଟ୍ରୀୟ ସମ୍ମିଳନୀରେ ସୋନାଲି ଅତିଥି ରୂପେ ଯୋଗ ଦେଇ ନିଜ କ୍ୟାନ୍ସର ସଂଘର୍ଷମୟ ଯାତ୍ରା ବିଷୟରେ ସମସ୍ତଙ୍କୁ ଜଣାଇଥିଲେ।

ABOUT THE AUTHOR

...view details