ଓଡିଶା

odisha

By

Published : Jul 17, 2020, 7:24 PM IST

ETV Bharat / sitara

‘ଭୁଜ’ରେ ସୋନାକ୍ଷୀଙ୍କ ଫାଷ୍ଟଲୁକ ପୋଷ୍ଟର ରିଲିଜ

ଅଜୟ ଓ ସୋନାକ୍ଷୀଙ୍କ ଦମଦାର ଅଭିନୟ ଖୁବଶୀଘ୍ର ଦେଖିବାକୁ ଯାଉଛନ୍ତି ଦର୍ଶକ। ‘ଭୁଜ: ଦ ପ୍ରାଇଡ ଅଫ ଇଣ୍ଡିଆ’ରେ ନଜର ଆସିବେ ଏହି ଯୋଡି।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସୋନାକ୍ଷୀ ସିହ୍ନା
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସୋନାକ୍ଷୀ ସିହ୍ନା

ମୁମ୍ବାଇ: ବି-ଟାଉନର ଦବଙ୍ଗ ଗାର୍ଲ ସୋନାକ୍ଷୀ ସିହ୍ନା ଦୀର୍ଘ ସମୟରୁ ନିଜର ଆଗାମୀ ଫିଲ୍ମ ‘ଭୁଜ: ଦ ପ୍ରାଇଡ ଅଫ ଇଣ୍ଡିଆ’କୁ ନେଇ ଚର୍ଚ୍ଚାରେ। ଏହି ଫିଲ୍ମରେ ତାଙ୍କ ସହ ସିଂଘମ ଅଜୟ ଦେବଗନ ରୋମାନ୍ସ କରୁଥିବାର ଦେଖାଯିବେ। ଏବେ ଫ୍ୟାନ୍ସଙ୍କ ପାଇଁ ସାମ୍ନାକୁ ଆସିଛି ଗୁଡନ୍ୟୁଜ। କାରଣ ଜାରି ହୋଇଯାଇଛି ଫିଲ୍ମରୁ ସୋନାକ୍ଷୀଙ୍କ ଫାଷ୍ଟଲୁକ ପୋଷ୍ଟର। ଯାହାକୁ ସୋସିଆଲ ମିଡିଆରେ ସେୟାର କରି ଫ୍ୟାନ୍ସଙ୍କୁ ସରପ୍ରାଇଜ ଦେଇଛନ୍ତି ସେ।

ଇନଷ୍ଟାଗ୍ରାମରେ ପୋଷ୍ଟର ସେୟାର କରି ସେ କ୍ୟାପସନରେ ଲେଖିଛନ୍ତି, ‘ଭାରତୀୟ ସେନାକୁ ସମର୍ଥନ କରି ନିଜ ସହ 299 ମହିଳାଙ୍କୁ ନେଇଯାଇଥିବା ସାହସୀ ସାମାଜିକ କାର୍ଯ୍ୟକର୍ତ୍ତା ସୁନ୍ଦରବେନ ଜେଠା ମଧରପର୍ଯ୍ୟଙ୍କ HEROIC ଭୂମିକାରେ ଅଭିନୟ କରିଥିବାରୁ ଗର୍ବିତ ଅନୁଭବ କରୁଛି । #BhujThePrideOfIndia ଇତିହାସର ଏକ ମହତ୍ବପୂର୍ଣ୍ଣ ଘଟଣା ଖୁବଶୀଘ୍ର ଡିଜନି ପ୍ଲସ ହଟଷ୍ଟାରରେ ରିଲିଜ ହେବ।’

ପ୍ରକାଶ ଥାଉକି ‘ଭୁଜ: ଦ ପ୍ରାଇଡ ଅଫ ଇଣ୍ଡିଆ’ ଟି-ସିରିଜ ଓ ସିଲେକ୍ଟେଡ ହୋଲ୍ଡିଂସ ଏଲଏଲପି ବ୍ୟାନରେ ନିର୍ମାଣ ହୋଇଛି । ସେହିପରି ଫିଲ୍ମର ଦମଦାର କାହାଣୀ ଲେଖିବା ସହ ନିର୍ଦ୍ଦେଶନା ଦାୟିତ୍ବ ତୁଲାଇଛନ୍ତି ଅଭିଷେକ ଦୁବେ। ସୋନାକ୍ଷୀ ଓ ଅଜୟଙ୍କ ବ୍ୟତୀତ ଲୋକପ୍ରିୟ ଅଭିନେତା ସଞ୍ଜୟ ଦତ୍ତ ମଧ୍ୟ ମୁଖ୍ୟ ଭୂମିକାରେ ଦେଖାଯିବେ।

ABOUT THE AUTHOR

...view details