ଓଡିଶା

odisha

By

Published : May 15, 2020, 12:38 PM IST

ETV Bharat / sitara

ସେଲ୍ଫି ପାଇଁ ହଟହଟା ସୋନାକ୍ଷୀ

ପୁଣିଥରେ ନିଜ ସାଧାରଣ ଜ୍ଞାନକୁ ନେଇ ସୋସିଆଲ ମିଡିଆରେ ଟ୍ରୋଲ ହେଲେ ସୋନାକ୍ଷୀ ସିହ୍ନା। ବୁଧବାରକୁ ରବିବାର କହି ଟ୍ରୋଲର୍ସ ରାଗ ବଢାଇଲେ ସେ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସୋନାକ୍ଷୀ ସିହ୍ନା
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସୋନାକ୍ଷୀ ସିହ୍ନା

ମୁମ୍ବାଇ: ସୋସିଆଲ ମିଡିଆରେ ଦବଙ୍ଗ ଗାର୍ଲ ସୋନାକ୍ଷୀ ସିହ୍ନା ପ୍ରାୟତଃ ଟ୍ରୋଲର୍ସଙ୍କ ଶିକାର ହୋଇଥାଆନ୍ତି । କେବେ ତାଙ୍କ ସାଧାରଣ ଜ୍ଞାନକୁ ନେଇ ତ ଆଉ କେବେ ନିଜ ଫଟୋକୁ ନେଇ ସେ ଟ୍ରୋଲ ହୁଅନ୍ତି। ଏଥର ମଧ୍ୟ ଏମିତି କିଛି ଦେଖିବାକୁ ମିଳିଛି । ନିକଟରେ ସେ ସନ-କିସ୍ଡ ସେଲ୍ଫି ସୋସିଆଲ ମିଡିଆରେ ସେୟାର କରି ହଟହଟା ହୋଇଛନ୍ତି। ଆଉ ଫଟୋରେ ଲେଖିଥିବା କ୍ୟାପସନକୁ ନେଇ ସେ ଚର୍ଚ୍ଚାରେ।

ଇନଷ୍ଟାଗ୍ରାମରେ ସେୟାର କରିଥିବା ଫଟୋର କ୍ୟାପସନରେ ସେ ଲେଖିଛନ୍ତି, ମୋ ରବିବାର ସେଲ୍ଫି। ହେଲେ ମତେ ଜଣାନାହିଁ ଆଜି କେଉଁ ଦିନ।’

ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ମାତ୍ରେ ୟୁଜର ଅପମାନଜନକ କମେଣ୍ଟ କରିବା ଆରମ୍ଭ କରିଦେଇଥିଲେ । ଜଣେ ୟୁଜର ଲେଖିଥିଲେ, ‘ଆପଣ ତ ରାମାୟଣର ସବୁ ଚରିତ୍ରକୁ ଭୁଲି ଯାଇଥିଲେ, ତେବେ ଏହା କେଉଁ ଜିନିଷ ଯେ।’

ସେହିପରି ଆଉ ଜଣେ ୟୁଜର ଲେଖିଥିଲେ, ‘ଏମିତି ଲାଗିଛି ଯେମିତି ତୁମେ ଡିପ୍ରେଶନରେ ଅଛ। ହୁଏତଃ ସଲମାନ ଖାନ ତାଙ୍କ ନୂଆ ଗୀତରେ ଅଭିନୟ କରିବାକୁ ଦେଇନାହାଁନ୍ତି ତେଣୁ ଏମିତି ଅବସ୍ଥା ତୁମର। କ୍ୟାଲେଣ୍ଡର ଦେଖ ଆଜି ବୁଧବାର।’

ABOUT THE AUTHOR

...view details