ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ସୋସିଆଲ ମିଡିଆରେ ବେଶ ଆକ୍ଟିଭ ରହିଥାନ୍ତି । ଏବେ ସୋନାକ୍ଷୀ ମୁମ୍ବାଇରେ ଅଛନ୍ତି କିନ୍ତୁ ତାଙ୍କ ହୃଦୟ ଭାରତରେ ନୁହେଁ ବରଂ ମାଲଦ୍ବୀପରେ ଅଛି ।
ସୋନାକ୍ଷୀ ମାଳଦ୍ବୀପର ବିଚ୍ ଏବଂ ସନସେଟ କୁ ବହୁତ ମିସ୍ କରୁଛନ୍ତି । ଯାହାକୁ ନେଇ ଏବେ ସେ ସୋସିଆଲ ମିଡିଆରେ ମାଳଦ୍ବୀପ ଟ୍ରିପରୁ ତାଙ୍କର ବିକିନିରେ ଫଟୋ ସେୟାର କରିଛନ୍ତି ।
ସୋନାକ୍ଷୀ ତାଙ୍କ ଇନଷ୍ଟାଗ୍ରାମ ପ୍ରୋଫାଇଲରେ ଏକ ଫଟୋ ସେୟାର କରିଛନ୍ତି । ଯେଉଁଥିରେ ସେ ସମୁଦ୍ର କୂଳରେ ଥିବା ଏକ କଳା ବିକିନି ପିନ୍ଧି ସୂର୍ଯ୍ୟାସ୍ତ ଉପଭୋଗ କରୁଥିବାର ଦେଖିବାକୁ ମିଳିଛି।