ହାଇଦ୍ରାବାଦ: ଖ୍ରୀଷ୍ଟମାସରେ ପରଦାରେ ଦମଦାର ଏଣ୍ଟ୍ରି ମାରିବେ ସଲମାନ ଖାନ । ‘ଦବଙ୍ଗ-3’ ଜରିଆରେ ପୁଣି ସଲମାନ ଓ ସୋନାକ୍ଷୀଙ୍କ ଯୋଡି ଦେଖିବାକୁ ମିଳିବ । ଦବଙ୍ଗ ଗାର୍ଲ ସୋନାକ୍ଷୀଙ୍କ ରଜ୍ଜୋ ଲୁକ ସାମ୍ନାକୁ ଆସିଛି । ଏହାକୁ ସେୟାର କରିଛନ୍ତି ଦବଙ୍ଗଖାନ ।
ଦବଙ୍ଗଗାର୍ଲଙ୍କ ଦବଙ୍ଗ ଲୁକ, ଦେଖନ୍ତୁ ଫଟୋ - dabang-3
ରଜ୍ଜୋଙ୍କ ନୂଆ ଲୁକ ସାମ୍ନାକୁ ଆସିଛି । କରୱାଚୌଥ ପରେ ଦବଙ୍ଗ ଲୁକରେ ରଜ୍ଜୋ ।
ଫଟୋ ସୌଜନ୍ୟ: ଟ୍ବିଟର
କରୱାଚୌଥ ଅବସରରେ ରଜ୍ଜୋର ପ୍ରଥମ ଲୁକ ସେୟାର କରାଯାଇଥିଲା । ଏଥିରେ ସୌନାକ୍ଷୀ କରୱାଚୌଥ କରୁଥିବାର ଦେଖିବାକୁ ମିଳିଥିଲା । ବର୍ତ୍ତମାନ ତାଙ୍କର ଆଉ ଏକ ଲୁକ ସାମ୍ନାକୁ ଆସିଛି । ଭାରତୀୟ ସଭ୍ୟତାରେ ସେକ୍ସି ରଜ୍ଜୋ ।
ଖୁବ ଶୀଘ୍ର ଦବଙ୍ଗ-3ର ଟ୍ରେଲର ମଧ୍ୟ ରିଲିଜ କରାଯିବ । ତେବେ ଫିଲ୍ମଟି 20 ଡିସେମ୍ବରରେ ପରଦାକୁ ଆସିବ । ଫିଲ୍ମରେ ସଲମାନ ଓ ସୋନାକ୍ଷୀଙ୍କ ବ୍ୟତିତ ଅରବାଜ ଖାନ, ପ୍ରମୋଦ ଖନ୍ନା, ମାହି ଗୀଲ ଆଦି ନଜର ଆସିବେ । ସାଉଥଷ୍ଟାର କିଚ୍ଚା ସୁଦୀପଙ୍କୁ ନେଗେଟିଭ ଚରିତ୍ରରେ ଦେଖିବାକୁ ମିଳିବ ।