ହାଇଦ୍ରାବାଦ:ଦବଙ୍ଗ ଗର୍ଲ ସୋନାକ୍ଷୀ ସିହ୍ନା ଏବେ ସୋସିଆଲ ମିଡିଆରେ ବହୁତ ଲୋକପ୍ରିୟ ହେବାରେ ଲାଗିଛନ୍ତି। କମ ବୟସରୁ ବଲିଉଡରେ ଅଭିନୟ ମାଧ୍ୟମରେ ନିଜର ପରିଚୟ ସୃଷ୍ଟି କରିପାରିଥିବା ସୋନାକ୍ଷୀ ଏବେ ଲକ୍ଷ ଲକ୍ଷ ଲୋକଙ୍କ ପ୍ରଥମ ପସନ୍ଦ ପାଲଟିଛନ୍ତି । ସୋନାକ୍ଷୀ ପ୍ରାୟ 12 ବର୍ଷ ଧରି ଇଣ୍ଡଷ୍ଟ୍ରିରେ ଅଛନ୍ତି ।
ସୋନାକ୍ଷୀ ଇନଷ୍ଟାଗ୍ରାମରେ "ASK ME ANYTHING" (ମୋତେ କିଛି ବି ପଚାରନ୍ତୁ) ନାମକ ଏକ ସେସନ୍ ରଖିଛନ୍ତି। ଯେଉଁଥିରେ ପ୍ରଶଂସକମାନେ ତାଙ୍କୁ ପ୍ରଶ୍ନ ପଚାରିପାରିବେ। ବର୍ତ୍ତମାନ ସେମିତି କିଛି ଦେଖିବାକୁ ମିଳିଛି ସୋନାକ୍ଷୀଙ୍କ ଇନଷ୍ଟାଗ୍ରାମରେ। ଯେଉଁଥିରେ ଅଭିନେତ୍ରୀ ମଜାଳିଆ ଢଙ୍ଗରେ ଉତ୍ତର ଦେଇଛନ୍ତି। ସିହ୍ନାଙ୍କୁ ଜଣେ ପ୍ରଶଂସକ ପଚାରିଛନ୍ତି ସେ ବର୍ତ୍ତମାନ କଣ କରୁଛନ୍ତି, ସେ କହିଛନ୍ତି ଯେ ସପ୍ତାହକ ମଧ୍ୟରେ ସେ ମାର୍ଭେଲ ମୁଭିର ସମସ୍ତ ସିନେମା ଦେଖୁଛନ୍ତି। ଅନ୍ୟ ଏକ ପୋଷ୍ଟରେ ସେ ଦର୍ଶାଇଛନ୍ତି ଯେ ସେ ବର୍ତ୍ତମାନ ପାଞ୍ଚ ନମ୍ବରରେ ପହଞ୍ଚିଛନ୍ତି, ପରବର୍ତ୍ତୀ ଚଳଚ୍ଚିତ୍ର ହେଉଛି 'ଥର୍'।