ଓଡିଶା

odisha

ETV Bharat / sitara

ଗର୍ଭିଣୀ ହାତୀର ମୃତ୍ୟୁରେ କ୍ରୋଧିତ ସୋନାକ୍ଷୀ - ଗର୍ଭିଣୀ ହାତୀର ମୃତ୍ୟୁରେ

ନିକଟରେ ଘଟିଥିବା ଏକ ଗର୍ଭବତୀ ହାତୀର ନିର୍ଦ୍ଦୟ ହତ୍ୟା ଘଟଣାକୁ ନେଇ ସୋନାକ୍ଷୀ ସିହ୍ନା କ୍ରୋଧ ପ୍ରକାଶ କରିଛନ୍ତି । ସେ କହିଛନ୍ତି, 'ମଣିଷ ଅପେକ୍ଷା ପଶୁମାନେ ଭଲ' । ଅଧିକ ପଢନ୍ତୁ...

sonakshi sinha feels animals are better than humans
ଗର୍ଭିଣୀ ହାତୀର ମୃତ୍ୟୁରେ କ୍ରୋଧିତ ହେଲେ ସୋନାକ୍ଷୀ

By

Published : Jun 4, 2020, 8:00 PM IST

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ପଶୁମାନଙ୍କ ପ୍ରତି ଅସଦାଚରଣ କରୁଥିବା ଲୋକମାନଙ୍କ ଉପରେ ଅତ୍ୟଧିକ ରାଗିଛନ୍ତି । ସେ କହିଛନ୍ତି, 'ମଣିଷ ଅପେକ୍ଷା ପଶୁମାନେ ଭଲ' କାରଣ, ସେମାନେ 'ମାନସିକ ସ୍ତରରେ ବିକ୍ରୃତ ନୁହଁନ୍ତି ।

ସୋନାକ୍ଷୀ ଟ୍ୱିଟ୍ କରି କହିଛନ୍ତି, ଲୋକେ କାହିଁକି ପଶୁମାନଙ୍କ ସହିତ ଖରାପ ବ୍ୟବହାର କରିବାକୁ ବିଚାର କରନ୍ତି ? ଦୟାକରି ପଶୁମାନଙ୍କ ପରି ଆଚରଣ କର, କାରଣ ପଶୁମାନେ କେବଳ ମଜା, କିମ୍ବା ମନୋରଞ୍ଜନ ପାଇଁ କାହାକୁ ହତ୍ୟା କରନ୍ତି ନାହିଁ । ପଶୁମାନେ 'ମାନସିକ ସ୍ତରରେ ବିକ୍ରୃତ ନୁହଁନ୍ତି । କିନ୍ତୁ କିଛି ମଣିଷମାନେ 'ମାନସିକ ସ୍ତରରେ ବିକ୍ରୃତ ଅଟନ୍ତି, ଏବଂ ସେମାନେ ଏହିପରି କାମ କରନ୍ତି ।

ସୋନାକ୍ଷୀଙ୍କ ଏହି ଟୁଇଟ୍ ନିକଟରେ ଘଟିଥିବା ଏକ ଗର୍ଭବତୀ ହାତୀର ନିର୍ଦ୍ଦୟ ହତ୍ୟା ଘଟଣା ସହ ଜଡିତ । ଯାହାକୁ କିଛି ଦୁର୍ବୃତ୍ତ ବାଣ ଭର୍ତ୍ତି ସପୁରୀ ଖାଇବାକୁ ଦେଇଥିଲେ ।

ସୋନାକ୍ଷୀ ଏହି ଘଟଣାକୁ ୱାର୍ଲ୍ଡ ୱାଇଡ୍ ଫଣ୍ଡ ଫର୍ ନେଚର୍ ଇଣ୍ଡିଆ ଡବ୍ଲୁ୍.ଡବ୍ଲୁ.ଏଫ୍.ଇଣ୍ଡିଆରେ ମଧ୍ୟ ସେୟାର କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details