ମୁମ୍ବାଇ: ଗତବର୍ଷରୁ ଫେମସ ମ୍ୟୁଜିକ କମ୍ପୋଜର ଅନୁ ମଲ୍ଲିକ ଓ ଲୋକପ୍ରିୟ ଗାୟିକା ସୋନା ମହାପାତ୍ରଙ୍କ ମଧ୍ୟରେ ବିବାଦ ଲାଗି ରହିଛି । ଏହି ବିବାଦ ସେହି ସମୟରେ ସାମ୍ନାକୁ ଆସିଥିଲା, ଯେତେବେଳେ ଦେଶର ମହିଳା ‘ମି ଠୁ’ ଅଭିଯାନ ଜରିଆରେ ନିଜ ସ୍ବର ଉଠାଇଥିଲେ । ଏବେ ସୋନା ଇଣ୍ଡିଆନ ଆଇଡଲର ବିଚାରକ ମଣ୍ଡଳୀ ଅନୁଙ୍କୁ ହଟାଯିବା ନିଷ୍ପତ୍ତିକୁ ଯୌନ ନିର୍ଯାତନା ଶିକାର ହୋଇଥିବା ମହିଳାଙ୍କ ବିଜୟ କହି ଚର୍ଚ୍ଚାରେ ଆସିଛନ୍ତି ।
ସୋନା କହିଛନ୍ତି ଯେ ଏହା ବହୁତ ଶାନଦାର ଖବର । ସୋନି ଟିଭି ଏହି ନିଷ୍ପତ୍ତି ନେବାକୁ ବହୁତ ବିଳମ୍ବ କରିଥିଲା, କିନ୍ତୁ ସେ ବହୁତ ଖୁସି ଅଛନ୍ତି କି ପରିଶେଷରେ ଅନୁଙ୍କୁ ଶୋରୁ ହଟାଯାଇଛି । ଏହା ପୁରା ଦେଶର ଲଢେଇ ଥିଲା । ଅନେକ ଏମିତି ଲୋକ ଥିଲେ, ଯେଉଁମାନେ ଏହି ବ୍ୟକ୍ତିକୁ ରାଷ୍ଟ୍ରୀୟ ଟେଲିଭିଜନରେ ଦେଖିବାକୁ ଚାହୁଁନଥିଲେ । କାରଣ ଏହି ବ୍ୟକ୍ତି ଭୁଲ ଲୋକଙ୍କୁ ଭୁଲ ସୂଚନା ଦେଇଥିଲା ଯେ ସମସ୍ତେ ଏପରି କରି ବଞ୍ଚି ଯିବେ ।