ଓଡିଶା

odisha

ETV Bharat / sitara

‘ସନ ରାଇଜ’- ‘ମୁଥୋନ’କୁ ନ୍ୟୁୟର୍କ ଭାରତୀୟ ଫିଲ୍ମ ଫେଷ୍ଟିଭାଲରେ ମିଳିଲା ପୁରସ୍କାର - ରାଷ୍ଟ୍ରୀୟ ପୁରସ୍କାରରେ ସମ୍ମାନିତ ଡକ୍ୟୁମେଣ୍ଟ୍ରି ଫିଲ୍ମ ‘ସନ ରାଇଜ’

ଗତ ବର୍ଷ ନ୍ୟୁୟର୍କ ଭାରତୀୟ ଫିଲ୍ମ ଫେଷ୍ଟିଭାଲରେ ‘ଉରି- ଦ ସର୍ଜିକାଲ ଷ୍ଟ୍ରାଇକ’, ‘ଦ୍ରୌପଦୀ ଅନସିଲ୍ଡ’, ‘ସିଂଘୁସ୍ତାନ’, ‘ଭୋଗା ଖିଡକି’ ପ୍ରଦର୍ଶିତ ହୋଇଥିଲା ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ

By

Published : Aug 5, 2020, 3:01 PM IST

ମୁମ୍ବାଇ: ରାଷ୍ଟ୍ରୀୟ ପୁରସ୍କାରରେ ସମ୍ମାନିତ ଡକ୍ୟୁମେଣ୍ଟ୍ରି ଫିଲ୍ମ ‘ସନ ରାଇଜ’ ଓ ଗୀତୁ ମୋହନଦାସଙ୍କ ନିର୍ଦ୍ଦେଶିତ ‘ମୁଥୋନ’କୁ 20ତମ ନ୍ୟୁୟର୍କ ଭାରତୀୟ ଫିଲ୍ମ ଫେଷ୍ଟିଭାଲରେ ଆୱାର୍ଡ ମିଳିଛି । କୋରୋନା ମହାମାରୀ ପାଇଁ ଡିଜିଟାଲରେ ଏହି ଫେଷ୍ଟିଭାଲର ଆୟୋଜନ କରାଯାଇଥିଲା । ଯେଉଁଥିରେ ଭାରତୀୟ ଉପମହାଦେଶର 45ରୁ ଅଧିକ ଫିଚର, ସର୍ଟ ଓ ଡକ୍ୟୁମେଣ୍ଟ୍ରି ଫିଲ୍ମ ପ୍ରଦର୍ଶିତ ହୋଇଥିଲା ।

ଡିଜିଟାଲ ଫିଲ୍ମ ଫେଷ୍ଟିଭାଲ ଜୁଲାଇ 24ରେ ଆରମ୍ଭ ହୋଇଥିଲା । ଯାହା 10 ଦିନ ପର୍ଯ୍ୟନ୍ତ ଚାଲିଥିଲା । ଏଥିରେ ଆସାମ, ବଙ୍ଗାଳୀ, ହରିୟାଣବି, ହିନ୍ଦୀ, ଇଂରାଜୀ, ଲଦ୍ଦାଖୀ, ମୈଥିଲୀ, ମାଲାୟାଲମ, ମରାଠୀ, ନେପାଳୀ, ଓ ତାମିଲ ଭାଷାର ଫିଲ୍ମ ପ୍ରଦର୍ଶିତ କରାଯାଇଥିଲା । ସେହିପରି ରବିବାର ପୁରସ୍କାର ସମାରୋହର ଆୟୋଜନ ହୋଇଥିଲା । ଆଉ ଏଥିରେ ଫିଲ୍ମ ନିର୍ମାତା, କଳାକାର ଓ ଭାରତ-ଆମେରିକାର ଅନେକ ଅଧିକାରୀ ଉପସ୍ଥିତ ହୋଇଥିଲେ ।

ସର୍ବଶ୍ରେଷ୍ଠ ଡକ୍ୟୁମେଣ୍ଟ୍ରି(ସର୍ଟ) ପୁରସ୍କାର ସୌରଭ ବିଷ୍ଣୁ ନିର୍ଦ୍ଦେଶିତ ‘ଟେଲିଂ ପଣ୍ଡ’କୁ ଦିଆଯାଇଛି । ଯେଉଁଥିରେ ଝାଡଖଣ୍ଡର ଜାଦୁଗୋଡାର ଲୋକଙ୍କ ସ୍ବାସ୍ଥ୍ୟ ଉପରେ ୟୁରାନିୟମ ଖଣିର ପ୍ରଭାବ ଦର୍ଶାଯାଉଛି । ସେହିପରି ବିଭା ବକ୍ସିଙ୍କ ‘ସନ ରାଇଜ’କୁ ସର୍ବଶ୍ରେଷ୍ଠ ଡକ୍ୟୁମେଣ୍ଟ୍ରି(ଫିଚର) ପୁରସ୍କାରରେ ପୁରସ୍କୃତ କରାଯାଇଛି । ଏହି ଫିଲ୍ମକୁ 2019ରେ ରାଷ୍ଟ୍ରୀୟ ପୁରସ୍କାର ମଧ୍ୟ ମିଳିସାରିଛି ।

ଅନ୍ୟପଟେ ‘ମୁଥୋନ’ ଶ୍ରେଷ୍ଠ ଫିଲ୍ମ ପୁରସ୍କାର ଲାଭ କରିଛି । ଏହାର ନିର୍ଦ୍ଦେଶନା ଦାୟିତ୍ବ ମୋହନଦାସ କରିଥିଲେ । ଏଥିରେ ପ୍ରେମ ଏବଂ ହରାଇବାର କାହାଣୀକୁ ପର୍ଯ୍ୟବେଷିତ କରାଯାଇଛି । ଆଉ ଫିଲ୍ମର ନିର୍ମାଣ ଫେମସ ନିର୍ମାତା ଅନୁରାଗ କଶ୍ୟପ କରିଛନ୍ତି । ସେହିପରି ଏହାର କାହାଣୀ ମଧ୍ୟ ଅନୁରାଗ ଲେଖିଛନ୍ତି । ଫିଲ୍ମକୁ ଗତ ବର୍ଷ ଟୋରାଣ୍ଟୋ ଅନ୍ତରାଷ୍ଟ୍ରୀୟ ଫିଲ୍ମ ଫେଷ୍ଟିଭାଲରେ ପ୍ରଦର୍ଶିତ କରାଯାଇଥିଲା ।

ABOUT THE AUTHOR

...view details