ମୁମ୍ବାଇ:ବିଭିନ୍ନ ଉତ୍ସବ ପାଳନକୁ ନେଇ ଚର୍ଚ୍ଚାରେ ରହିଥାନ୍ତି କପୁର ଫ୍ୟାମିଲି । ତେବେ ନୂଆବର୍ଷକୁ ମଧ୍ୟ ଧୁମଧାମରେ ପାଳିଛନ୍ତି ପଟୌଦି ଫ୍ୟାମିଲି । ଅଭିନେତ୍ରୀ ସୋହା ଅଲ୍ଲୀ ଖାନ ଭାବି କରୀନା କପୁର ଖାନ, ଭାଇ ସୈଫ ଅଲ୍ଲୀ ଖାନ ଓ ସ୍ବାମୀ କୁନାଲ କେମ୍ମୁଙ୍କ ସହିତ ନୂଆବର୍ଷକୁ ପାଳନ କରିଛନ୍ତି । ଏହାସହିତ ନ୍ୟୁ ଇଅର ଫ୍ୟାମିଲି ଡିନର କରି ସୋସିଆଲ ମିଡ଼ିଆରେ ଏହାର ଫଟୋ ସେୟାର କରିଛନ୍ତି ।
ଏହି ରାତ୍ରି ଭୋଜନରେ ତାଙ୍କ ପରିବାରର ମାତ୍ର ୫୦ ପ୍ରତିଶତ ଲୋକେ ସାମିଲ ହୋଇଥିବା ସେ କ୍ୟାପସନରେ ଲେଖିଛନ୍ତି । ଏହି ଫଟୋରେ ସମସ୍ତେ ସୁନେଲି ରଙ୍ଗର ହ୍ୟାଟ ପିନ୍ଧିଥିବାବେଳେ ଏଥିରେ 'ହାପି ନ୍ୟୁ ଇଅର' ଲେଖା ରହିଥିଲା । ଏଥିରେ କରୀନା ଏକ ପାଏଜାମା ପିନ୍ଧିଥିବା ବେଳେ ସୋହା କମଳା ରଙ୍ଗର ଏକ କଫତାନ୍ ଡ୍ରେସ ପିନ୍ଧିଛନ୍ତି । ଆଉ ଏକ ପୋଷ୍ଟରେ ନୂଆବର୍ଷକୁ ସେଲିବ୍ରେଟ କରି ସୋହା ଲେଖିଛନ୍ତି ଯେ, 'ଏକ ନୂଆ ଜୀବନର ଆରମ୍ଭ । ଏହାସହିତ ୨୦୨୨ ଦୟାଳୁ ହେବୁ' ବୋଲି ସେ କ୍ୟାପସନରେ ଲେଖିଛନ୍ତି ।