ମୁମ୍ବାଇ: ବିଗ ବସର ଏକ୍ସ ପ୍ରତିଯୋଗୀ ତଥା ମଡେଲ ସୋଫିଆ ହୟାତଙ୍କ ଓ ବିବାଦ ପରସ୍ପର ସହ ଜଡିତ । ସେ ସୋସିଆଲ ମିଡିଆରେ ପ୍ରାୟତଃ ଏମିତି ଜିନିଷ ସେୟାର କରନ୍ତି, ଯାହାଦ୍ବାରା ବିବାଦ ହେବା ନିଶ୍ଚିତ । ପୁଣିଥରେ ସୋଫିଆଙ୍କ ସୋସିଆଲ ମିଡିଆରେ ସେୟାର ଫଟୋ ତାଙ୍କ ପାଇଁ କଣ୍ଟା ସାଜିଛି। ସେ ନିଜ ନ୍ୟୁଡ ଫଟୋ ସେୟାର କରି ଧାର୍ମିକ ଭାବନାକୁ ଆହତ କରିଥିବା ଅଭିଯୋଗ ହୋଇଛି।
ନିକଟରେ ସୋଫିଆ ନିଜର କିଛି ବୋଲ୍ଡ ଫଟୋ ସେୟାର କରିଥିଲେ। ଯେଉଁଥିରେ ସେ ନ୍ୟୁଡ ହୋଇ ହିନ୍ଦୁ ଧର୍ମର ପବିତ୍ର ଚିହ୍ନ ଓଁ ପେଣ୍ଟିଂ ସାମ୍ନାରେ ପୋଜ ଦେଉଥିବାର ନଜର ଆସିଥିଲେ। ଫଟୋ ଭାଇରାଲ ହେବା ମାତ୍ରେ ସୋସିଆଲ ମିଡିଆରେ ଚହଳ ସୃଷ୍ଟି ହୋଇଥିଲା । ଏହାକୁ ଆଧାର କରି ତାଙ୍କର ସବୁ ମହଲରେ ସମାଲୋଚନା କରାଯାଇଛି।