ଓଡିଶା

odisha

By

Published : Nov 10, 2020, 10:10 AM IST

ETV Bharat / sitara

ଟ୍ରୋଲରକୁ ଅଭିଷେକଙ୍କ ମଜାଦାର ଟ୍ରୋଲ...

ଜଣେ ୟୁଜରକୁ ମଜାଦାର ଉତ୍ତର ଦେଇ ଚର୍ଚ୍ଚାରେ ଅଭିଷେକ । କିଛି ଦିନରୁ ସୋସିଆଲ ମିଡିଆରେ ହେଉଛନ୍ତି ଟ୍ରୋଲ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଅଭିଷେକ ବଚ୍ଚନ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଅଭିଷେକ ବଚ୍ଚନ

ମୁମ୍ବାଇ: ବି-ଟାଉନର ଜୁନିୟର ବଚ୍ଚନ ଅଭିଷେକ ପ୍ରାୟତଃ ଟ୍ରୋଲର୍ସଙ୍କ ଶିକାର ହୋଇଥାଆନ୍ତି । ଏହି ସମୟରେ ବ୍ୟସ୍ତ ଥିବା ଅଭିଷେକଙ୍କୁ ଟ୍ରୋଲର୍ସଙ୍କ ପୁଣି ସାମ୍ନା କରିବାକୁ ପଡୁଛି । ସେ ନିଜର ମଲ୍ଟି ଷ୍ଟାରର ଫିଲ୍ମ ‘ଲୁଡୋ’ର ପ୍ରମୋଶନ କରିବାରେ ବର୍ତ୍ତମାନ ବ୍ୟସ୍ତ । ଆସନ୍ତା 12 ତାରିଖରେ ନେଟଫ୍ଲିକ୍ସରେ ରିଲିଜ ହେବ ଏହି ଫିଲ୍ମ । ଏହାପୂର୍ବରୁ ତାଙ୍କୁ ଜଣେ ୟୁଜର ଟ୍ରୋଲ କରିଛନ୍ତି । ଅଭିଷେକ ମଧ୍ୟ ତାଙ୍କୁ କଡା ଜବାବ ମୁହଁ ବନ୍ଦ କରିଦେଇଛନ୍ତି ।

ତେବେ କଥାଟି ହେଲା ଯେ ସେହି ୟୁଜର ଜଣକ ନିଜ ଟ୍ବିଟରେ ଜଣେ ଚାଷୀଙ୍କ ଫଟୋ ସେୟାର କରିଛନ୍ତି । ଚାଷୀଙ୍କ ପଛରେ ନଡ଼ା ଜଳୁଥିବାର ଦେଖିବାକୁ ମିଳୁଛି | ଫଟୋରେ ଦେଖାଯାଇଥିବା ବ୍ୟକ୍ତି ଜଣକ ଅବିକଳ ଅଭିଷେକଙ୍କ ଭଳି ଦେଖାଯାଉଛନ୍ତି । ଯାହାର କ୍ୟାପସନରେ ୟୁଜର ଲେଖିଥିଲେ, ‘ଯଦି ଅଭିଷେକ ବଚ୍ଚନ ହୋଇନଥାଆନ୍ତେ ।’

ସେପଟେ ଏହାର ଜବାବ ଦେଇ ଅଭିଷେକ ଲେଖିଛନ୍ତି, ‘ଫନି । ହେଲେ ତଥାପି ତୁମଠୁ ତ ଭଲ ଦେଖାଯାଉଛନ୍ତି ।’ ଏମିତି ପ୍ରଥମଥର ହୋଇନାହିଁ ଯେ ତାଙ୍କୁ ଟ୍ରୋଲ କରାଯାଉଛି । ଏହା ପୂର୍ବରୁ ମଧ୍ୟ ପରିବାରବାଦ ପ୍ରସଙ୍ଗ ଉପରେ ତାଙ୍କୁ ଅନେକ ସମାଲୋଚନାର ଶିକାର ହେବାକୁ ପଡିଥିଲା । ହେଲେ ନିଜ ବିନ୍ଦାସ ଅନ୍ଦାଜରେ ସେ ଏଯାବତ ସବୁ ଟ୍ରୋଲର୍ସଙ୍କୁ ଜବାବ ଦେଇ ଆସୁଛନ୍ତି ।

ABOUT THE AUTHOR

...view details