ଓଡିଶା

odisha

ETV Bharat / sitara

କଣ ପାଇଁ ରାଗରେ ଜଳିଗଲେ କରୀନା, ପଢନ୍ତୁ - kareena kapoor

ସୋସିଆଲ ମିଡିଆ ୟୁଜର୍ସଙ୍କ ଉପରେ ରାଗିଲେ କରୀନା କପୁର । ସୋସିଆଲ ମିଡିଆରେ ତାଙ୍କୁ ଆଣ୍ଟି କୁହାଯିବାରୁ ସେ ଖୁବ କ୍ରୋଧରେ ଅଛନ୍ତି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

By

Published : Mar 10, 2019, 6:26 AM IST

ମୁମ୍ବାଇ: ପ୍ରାୟତଃ ଫ୍ୟାନ୍ସ କିମ୍ବା ସୋସିଆଲ ମିଡିଆ ୟୁଜର୍ସଙ୍କ ଦ୍ବାରା କିଛି ନା କିଛି କଥାରେ ରାଗିଯାଆନ୍ତି ସେଲିବ୍ରିଟି । କିଛି ଏମିତି ହୋଇଛି ବି-ଟାଉନର ବେବୋ କରୀନା କପୁରଙ୍କ ସହ । ସୋସିଆଲ ମିଡିଆରେ ତାଙ୍କୁ ଆଣ୍ଟି କୁହାଯିବାରୁ ସେ ଖୁବ କ୍ରୋଧରେ ଅଛନ୍ତି । ୟୁଜର୍ସ ଦ୍ବାରା ଫିଲ୍ମ କଳାକାରଙ୍କୁ ସବୁଦିନେ ଟାର୍ଗେଟ କରାଯିବା ବିଷୟକୁ ନେଇ ସେ ଅସନ୍ତୋଷ ।

ପ୍ରକାଶ ଥାଉକି ଅଭିନେତା ଅରବାଜ ଖାନଙ୍କ ୟୁଟ୍ୟୁବ ଶୋ 'pinch By Arbaaz Khan' ରେ କରୀନା , ସୋନାକ୍ଷୀ ସିହ୍ନା, କରନ ଜୋହର, ସୋନମ କପୁର ଆହୁଜା ଓ କପିଲ ଶର୍ମା ସାମିଲ ହୋଇଥିଲେ । ଦୁଇ ମିନିଟର ଏହି ଭିଡିଓରେ ଅରବାଜ, କରୀନାଙ୍କୁ ଏକ କମେଣ୍ଟ ଦେଖାଇଥିବାର ନଜର ଆସୁଛନ୍ତି । ଯେଉଁଥିରେ ଲେଖା ହୋଇଛି, "ଏବେ ତୁମେ ଜଣେ ଆଣ୍ଟି, ଜଣେ ଝିଅ ଭଳି ଆକ୍ଟି କରିବା ବନ୍ଦ କର ।"

ଏହାକୁ ପଢିବା ପରେ କରୀନା ହସିଥିଲେ କିନ୍ତୁ ପରେ ତାଙ୍କ ମୁହଁରେ ସ୍ପଷ୍ଟ ରୂପେ ରାଗ ଦେଖିବାକୁ ମିଳିଥିଲା । ସେ କହିଥିଲେ କି ଫେମସ ଅଭିନେତ୍ରୀ, ଅଭିନେତାଙ୍କ ମଧ୍ୟରେ କୌଣସି ଭାବନା ନ ଥାଏ । ସବୁଜିନିଷକୁ ସେ ସହଜରେ ଗ୍ରହଣ କରିଥାଆନ୍ତି ।

ଯଦି ତାଙ୍କ ଫିଲ୍ମରେ ବିଷୟରେ କଥା ହେବା ତେବେ ସେ ଖୁବ୍ ଶୀଘ୍ର ଅକ୍ଷୟ କୁମାରଙ୍କ ସହ 'ଗୁଡ ନ୍ୟୁଜ' ଫିଲ୍ମରେ ନଜର ଆସିବେ । ଯାହାର ସୁଟିଂ ବର୍ତ୍ତମାନ ଜୋରସୋରରେ ଚାଲିଛି ।

For All Latest Updates

ABOUT THE AUTHOR

...view details