ମୁମ୍ବାଇ: ବର୍ତ୍ତମାନ ଚର୍ଚ୍ଚାରେ ତାପସୀ ପନ୍ନୁଙ୍କ ଚର୍ଚ୍ଚିତ ଫିଲ୍ମ ‘ଥାପଡ’। ନିକଟରେ ଏହି ଫିଲ୍ମର ଦମଦାର ଟ୍ରେଲର ରିଲିଜ ହୋଇଥିଲା । ଫ୍ୟାନ୍ସ ଟ୍ରେଲରେ ଜବରଦସ୍ତ ପ୍ରତିକ୍ରିୟା ଦେଇଥିଲେ । ଆଉ ଏହା ମଧ୍ୟରେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ମଧ୍ୟ ଫିଲ୍ମର ଟ୍ରେଲର ଦେଖି ପ୍ରତିକ୍ରିୟା ରଖିଛନ୍ତି । ଟ୍ରେଲର ଦେଖିସେ କହିଛନ୍ତି ମହିଳାକୁ ହିଁ ଆଡଜେଷ୍ଟ କରିବାକୁ ପଡିଥାଏ । ଅନେକ ଲୋକଙ୍କୁ ଏହା କହୁଥିବାର ଶୁଣିବାକୁ ମିଳୁଛି ଯେ, ମାରପିଟ କେବଳ ଗରିବ ମହିଳାଙ୍କ ସ୍ବାମୀ କରିଥାଆନ୍ତି । ଅନେକ ଲୋକ ଏପରି ମଧ୍ୟ ଭାବୁଛନ୍ତି।
ଶିକ୍ଷିତ ବ୍ୟକ୍ତି କେବେ ହାତ ଉଠାଏ ନାହିଁ । ଅନେକ ଲୋକ ଏହି କଥାରେ ମଧ୍ୟ ବିଶ୍ବାସ ରଖନ୍ତି । ଅନେକ ମା' ନିଜ ଝିଅକୁ ଏହା କହି ବୁଝାଇଥାଆନ୍ତି ଯେ ଏପରି ତାଙ୍କ ସହିତ ମଧ୍ୟ ହୋଇଛି ହେଲେ ଆଜି ଆମେ କେତେ ଖୁସି ଅଛୁ ବୋଲି କହିଛନ୍ତି ସ୍ମୃତି ।