ଓଡିଶା

odisha

ETV Bharat / sitara

ବିନା ମେକ-ଅପରେ ସିଂଘମଙ୍କ ଅଭିନେତ୍ରୀ, ଦେଖନ୍ତୁ ଫଟୋ - social media

ସୋସିଆଲ ମିଡିଆରେ ନିଜର ଏକ ଫଟୋ ସେୟାର କରି ଚର୍ଚ୍ଚାରେ ଆସିଛନ୍ତି ଅଭିନେତ୍ରୀ କାଜଲ ଅଗ୍ରୱାଲ । ବିନା ମେକଅପରେ ନଜର ଆସିଲେ କାଜଲ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଇନଷ୍ଟାଗ୍ରାମ@କାଜଲ ଅଗ୍ରୱାଲ

By

Published : Jun 3, 2019, 7:52 PM IST

ମୁମ୍ବାଇ: ସାଉଥ ଲୋକପ୍ରିୟ ଅଭିନେତ୍ରୀ କାଜଲ ଅଗ୍ରୱାଲ ସବୁବେଳେ ନିଜ ଜବରଦସ୍ତ ଅଭିନୟ ପାଇଁ ଜଣା ଯାଇଥାଆନ୍ତି । ସେ ଅଭିନୟ ସହ ସୋସିଆଲ ମିଡିଆରେ ମଧ୍ୟ ସବୁବେଳେ ସକ୍ରିୟ ରହିଥାଆନ୍ତି । ସେ ପ୍ରାୟତଃ ସୋସିଆଲ ମିଡିଆରେ ନିଜ ପକ୍ଷ ରଖୁଥିବାର ମଧ୍ୟ ଦେଖାଯାଆନ୍ତି । ଇତିମଧ୍ୟରେ କାଜଲ ସୋସିଆଲ ମିଡିଆରେ ସେୟାର କରିଥିବାର ନିଜର ଏକ ଫଟୋକୁ ନେଇ ଚର୍ଚ୍ଚାରେ ଆସିଛନ୍ତି ।

ବିନା ମେକଅପର ଫଟୋ ସେୟାର କରି ଫିଜିକାଲ ଆଟ୍ରାକ୍ସନ ଏବଂ ମେକଅପର ମିଥ୍ୟା ଦୁନିଆ ବିଷୟରେ ନିଜ ଫ୍ୟାନ୍ସଙ୍କୁ ଜଣାଇଛନ୍ତି ସେ ।

ଇନଷ୍ଟାଗ୍ରାମରେ ଫଟୋ ସେୟାର କରି ସେ କ୍ୟାପସନରେ ଲେଖିଛନ୍ତି, "ଆଜିକାଲି ଲୋକେ ନିଜକୁ ଖୋଜିପାରିବେ ନାହିଁ । ଆମେ ଏପରି ଦୁନିଆରେ ରହୁଛେ, ଯେଉଁଠାରେ ଫିଜିକାଲ ଆଟ୍ରାକ୍ସନ ଏବଂ ସୋସିଆଲ ମିଡିଆ ଆମ ଆତ୍ମସମ୍ମାନକୁ ଖାଇସାରିଲାଣି । କୋଟି କୋଟି ଟଙ୍କା ଆମେ କସ୍ମେଟିକ୍ସ ଉପରେ ଖର୍ଚ୍ଚ କରୁଛେ । ଯିଏ ଆମ ଶରୀରକୁ ରକ୍ଷା କରିବାର ପ୍ରତିଜ୍ଞା କରୁଛି । ଅହଂକାର ସବୁ ସ୍ଥାନରେ ରହିଥାଏ । ମେକଅପ ଆମ ବାହାର ବ୍ୟକ୍ତିତ୍ବକୁ ତ ସୁନ୍ଦର କରିପାରିବ କିନ୍ତୁ କଣ ଆମ ଚରିତ୍ର ବିଷୟରେ କିଛି କରିପାରିବ ? ତେଣୁ ବାସ୍ତବ ସୁନ୍ଦରତା ଏଥିରେ ଅଛି କି ଆମେ ନିଜକୁ ସ୍ବୀକାର କରିବା କି ଆମେ ନିଜକୁ କେତେ ପ୍ରେମ କରୁଛେ ।"

କାଜଲଙ୍କ ଏହି ପୋଷ୍ଟରୁ ଜଣାପଡୁଛି ଯେ ସେ ମେକଅପର ମିଥ୍ୟା ଆକର୍ଷଣ ଏବଂ ସୋସିଆଲ ମିଡିଆର ଚକମକରେ ନିଜକୁ ହଜାଇ ଦେବା କଥା କହିଛନ୍ତି । ଅନ୍ୟପଟେ ତାଙ୍କ ଫ୍ୟାନ୍ସ ମଧ୍ୟ ତାଙ୍କର ସମର୍ଥନ କରି ମଜାଦାର କମେଣ୍ଟ ସୋସିଆଲ ମିଡିଆରେ ଭରି ଦେଇଛନ୍ତି ।

ପ୍ରକାଶ ଥାଉକି କାଜଲ ବଲିଉଡରେ ସିଂଘମ ଅଜୟ ଦେବଗନ ଓ ଖିଲାଡୀ ଅକ୍ଷୟ କୁମାରଙ୍କ ସହ କାମ କରିସାରିଛନ୍ତି ।

ABOUT THE AUTHOR

...view details