ଓଡିଶା

odisha

ETV Bharat / sitara

ଟିକଟକ ଷ୍ଟାର ଫୈଜଲଙ୍କ ବିବାଦୀୟ ଭିଡିଓ, ରାଗିଲେ ସୋନା - ଟିକଟକର ଫେମସ ଷ୍ଟାର ଫୈଜଲ ସିଦ୍ଦିକୀ

ଏବେ ସୋସିଆଲ ମିଡିଆରେ ଟିକଟକ ବ୍ୟାନକୁ ନେଇ ଖୁବ୍ ଚର୍ଚ୍ଚା ଚାଲିଛି। ଟ୍ବିଟ କରି ନିଜ କ୍ରୋଧ ପ୍ରକାଶ କଲେ ସୋନା ମହାପାତ୍ର।

ଡିଜାଇନ ଫଟୋ
ଡିଜାଇନ ଫଟୋ

By

Published : May 20, 2020, 8:41 PM IST

ମୁମ୍ବାଇ: ଟିକଟକର ଫେମସ ଷ୍ଟାର ଫୈଜଲ ସିଦ୍ଦିକୀ କିଛି ଦିନ ହେବ ନିଜର ଏକ ବିବାଦୀୟ ଭିଡିଓକୁ ନେଇ ସମାଲୋଚନାର ଶିକାର ହୋଇଛନ୍ତି। ନିକଟରେ ସେ ସେୟାର କରିଥିବା ଏକ ଭିଡିଓରେ ଜଣେ ଯୁବତୀଙ୍କ ଉପରେ ଏସିଡ ପିଙ୍ଗୁଥିବାର ନଜର ଆସୁଛନ୍ତି । ଏହାକୁ ଆଧାର କରି ଏବେ ତାଙ୍କ ନାଁରେ ରାଷ୍ଟ୍ରୀୟ ମହିଳା ଆୟୋଗରେ ଅଭିଯୋଗ ରୁଜୁ କରାଯାଇଛି । ଇତିମଧ୍ୟରେ ବି-ଟାଉନର ଫେିମସ ଗାୟିକା ସୋନା ମହାପାତ୍ର ତାଙ୍କର କଡା ନିନ୍ଦା କରିଛନ୍ତି।

ଫଟୋ ସୌଜନ୍ୟ; ଟ୍ବିଟର@ସୋନା ମହାପାତ୍ର

ସେ ଟ୍ବିଟରରେ ଫୈଜଲଙ୍କ ଏକ ଭିଡିଓକୁ ରିଟ୍ବିଟ କରି ଟିକଟକକୁ ଅନୁରୋଧ କରିଛନ୍ତି ଯେ ଏହା ପୁରା ରୂପେ ନିନ୍ଦନୀୟ । ମହିଳାଙ୍କ ବିରୋଧରେ ହିଂସା ପ୍ରୋତ୍ସାହନ ଦେଇଥିବା ଫୈଜଲଙ୍କ ଆକାଉଣ୍ଟକୁ ଶୀଘ୍ର ଡିଲିଟ କରାଯାଉ। ତାଙ୍କର ଏପରି ଭିଡିଓ ଗ୍ରହଣୀୟ ନୁହେଁ।

ସେପଟେ ସୋନା ଭିଡିଓକୁ ନେଇ ଚାଲିଥିବା ବିରୋଧକୁ ସମର୍ଥନ ମଧ୍ୟ କରିଛନ୍ତି। ଜଣେ ୟୁଜରଙ୍କୁ ଜବାବ ଦେଇ ସେ ଫୈଜଲଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି।

ABOUT THE AUTHOR

...view details