ମୁମ୍ବାଇ: ଷ୍ଟେସନ ଗାୟିକାରୁ ବଲିଉଡ ପ୍ଲେବ୍ୟାକ ସିଙ୍ଗର ସାଜିଥିବା ରାନୁ ମଣ୍ଡଲଙ୍କ ଲକଡାଉନ ପାଇଁ ଆର୍ଥିକ ସମସ୍ୟା ଦେଇ ଗତିକରିବାକୁ ପଡୁଥିଲା । ଏବେ ଲାଗୁଛି ପୁଣିଥରେ ତାଙ୍କ ଦୁଃଖ ଦୂର ହେବାକୁ ଯାଉଛି । କାରଣ ତାଙ୍କ ହାତରେ ଲାଗିଛି ନୂଆ ପ୍ରୋଜେକ୍ଟ । ଆଜ୍ଞା ହଁ, ଖୁବଶୀଘ୍ର ଏକ ବାୟୋପିକ ଫିଲ୍ମ ‘ସରୋଜିନୀ’ରେ ଗୀତ ଗାଇବେ ସେ । ଏହି ବାୟୋପିକରେ ମୁଖ୍ୟ ଭୂମିକାରେ ନଜର ଆସିବେ ଟିଭିର ସୀତା ଦୀପିକା ଚିଖଲିଆ । ଫିଲ୍ମରେ ସେ ନାରୀନେତ୍ରୀ ସରୋଜିନୀ ନାଇଡୁ ଭୂମିକାରେ ଅଭିନୟ କରିବେ । ଯାହାକୁ ନେଇ ଏବେଠୁ ଚର୍ଚ୍ଚା ।
ରାନୁଙ୍କୁ ଏଥିରେ ଗୀତ ଗାଇବାକୁ ସୁଯୋଗ ମିଳିଥିବାରୁ ଦୀପିକା ଖୁସି ପ୍ରକାଶ କରି ସୋସିଆଲ ମିଡିଆରେ କହିଛନ୍ତି, ‘ମୋ ଫିଲ୍ମ ସରୋଜିନୀ । ଧୀରଜ ମିଶ୍ରାଙ୍କ ଦ୍ବାରା ଲେଖାଯାଇଛି । ଯେଉଁଥିରେ ଗୀତ ଗାଇବେ ରାନୁ ।’