ଓଡିଶା

odisha

ETV Bharat / sitara

ଜୀବନସାଥୀ ବାଛିବେ ମିକା, ଖୁବଶୀଘ୍ର କରିବେ ସ୍ବୟଂମ୍ବର ! - ପ୍ରସିଦ୍ଧ ଗାୟକ ମିକା ସିଂ

ଖୁବଶୀଘ୍ର ଜୀବନସାଥୀ ବାଛିବେ ମିକା ସିଂ । ସ୍ବୟଂମ୍ବର ମାଧ୍ୟମରେ ଟିଭିରେ ନିଜ ସାଥୀ ଖୋଜୁଥିବା କଳାକାରଙ୍କ ମଧ୍ୟରେ ଏବେ ମିକା ସିଂଙ୍କ ନାମ ମଧ୍ୟ ଯୋଡିବାକୁ ଯାଉଛି । ଅଧିକ ପଢନ୍ତୁ

ନିଜ ଜୀବନ ସାଥୀ ବାଛିବେ Mika Singh
ନିଜ ଜୀବନ ସାଥୀ ବାଛିବେ Mika Singh

By

Published : Feb 28, 2022, 12:27 PM IST

ହାଇଦ୍ରାବାଦ:ନ୍ୟାସନାଲ ଟିଭିରେ ବର୍ତ୍ତମାନ ପର୍ଯ୍ୟନ୍ତ ଆପଣ ଅନେକ ଲୋକପ୍ରିୟ ସେଲିବ୍ରିଟିଙ୍କୁ ନିଜ ଜୀବନସାଥୀ ଖୋଜୁଥିବା ଦେଖିଥିବେ । ଟିଭିରେ ପାର୍ଟନର ଖୋଜିବା ଟ୍ରେଣ୍ଡ ବହୁତ ଆଗରୁ ଚାଲି ଆସିଛି। ରତନ ରାଜପୁତ, ରାକ୍ଷୀ ସାୱନ୍ତଙ୍କ ପରି ଲୋକପ୍ରିୟ ଅଭିନେତ୍ରୀମାନେ ଟିଭିରେ ସ୍ବୟଂମ୍ବର କରିସାରିଛନ୍ତି । କିନ୍ତୁ ବର୍ତ୍ତମାନ ବଲିଉଡର ସବୁଠାରୁ ପ୍ରସିଦ୍ଧ ଗାୟକ ମିକା ସିଂ ରିଆଲିଟି ସୋ’ରେ ତାଙ୍କ କନିଆ ଖୋଜୁଥିବା ଦେଖିବାକୁ ମିଳିବ ।

ସଦ୍ୟତମ ରିପୋର୍ଟ ଅନୁଯାୟୀ, ମିକା ସିଂ ଟିଭିରେ ନିଜର ସ୍ବୟଂମ୍ବର ଆରମ୍ଭ କରିବାକୁ ଯାଉଛନ୍ତି। ଏକ ଖବର କାଗଜ ରିପୋର୍ଟ ଅନୁସାରେ, ଏହି ରିଆଲିଟି ସୋ ପ୍ରଥମରୁ ହୋଇସାରିଥିବା ସ୍ବୟଂମ୍ବର ପରି ହେବ। କିଛି ମାସ ମଧ୍ୟରେ ସୋ’କୁ ପ୍ରସାରଣ କରିବାର ଯୋଜନା ଅଛି ।

ରିପୋର୍ଟରେ ଆହୁରି କୁହାଯାଇଛି- ମିକା ସିଂ ସୋ’ରେ ବିବାହ କରିବେ ନାହିଁ । ସେ କେବଳ ନିର୍ବନ୍ଧ କରିବେ ଏବଂ ଏହା ପରେ ସେ ତାଙ୍କର ସମ୍ପର୍କକୁ ଆଗକୁ ବଢାଇବେ । ସୋ’ର ଏକ ଅଂଶ ହୋଇଥିବାରୁ ମିକା ସିଂ ବହୁତ ଉତ୍ସାହିତ ଅଛନ୍ତି । ଦେଶର ବିଭିନ୍ନ ସ୍ଥାନରୁ ଆସିଥିବା ପ୍ରତିଯୋଗୀମାନେ ଏହି ସୋ’ର ଏକ ଅଂଶ ହେବାକୁ ଯାଉଛନ୍ତି ।

ତେବେ ପୂର୍ବରୁ ମଧ୍ୟ ଏହିଭଳି ସୋ' ପ୍ରତି ପ୍ରଶଂସକଙ୍କ ଅପାର ଭଲପାଇବା ରହିଛି । ଯଦିଓ ରାକ୍ଷୀ ସାୱନ୍ତ, ରତନ ରାଜପୁତ ଏବଂ ମଲ୍ଲିକା ଶେରାୱତଙ୍କ ପରି ମହିଳା ସେଲିବ୍ରିଟିମାନେ ଏହି ସୋ’ରେ ପସନ୍ଦ କରିଥିବା ପ୍ରତିଯୋଗୀମାନଙ୍କୁ ବିବାହ କରିନଥିଲେ। ଆଉ କିଛି ସେଲିବ୍ରିଟି ଅଛନ୍ତି, ଯେମିତି କି ରାହୁଲ ମହାଜନ ତାଙ୍କ ସ୍ବୟଂମ୍ବରରେ ବଙ୍ଗୀୟ ମଡେଲ ଡିମ୍ପି ଗାଙ୍ଗୁଲିଙ୍କ ସହ ସାତ ଫେରା ନେଇ ସମ୍ପର୍କକୁ ଆଗକୁ ନେଇଥିଲେ । ତେବେ, ବିବାହର 4 ବର୍ଷ ପରେ ଦୁହେଁ ପରସ୍ପର ଠାରୁ ଛାଡପତ୍ର ନେଇ ସବୁଦିନ ପାଇଁ ଅଲଗା ହୋଇଗଲେ । ଏବେ ଦେଖିବାକୁ ବାକି ରହିଲା ମିକା ସିଂ ରିଆଲିଟି ସୋ’ରେ ତାଙ୍କ ଜୀବନ ସାଥୀ ପାଉଛନ୍ତି କି ନାହିଁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details