ମୁମ୍ବାଇ: କଙ୍ଗନା ରଣାୱତଙ୍କ ବିବାଦ ଥମିବାର ନାୀଁ ନେଉନାହିଁ । ବର୍ତ୍ତମାନ ଦେଶରେ ଚାଲିଥିବା କୃଷକ ଆନ୍ଦୋଳ ବିରୋଧୀରେ ସେ ଏକ ବିବାଦୀୟ ଟ୍ବିଟ କରି ସମସ୍ୟା ଘେରରେ । ସେପଟେ ଘୃଣା, ଅସନ୍ତୋଷ ବିସ୍ତାର କରିବା ଏବଂ ଉଗ୍ରବାଦୀ ଟ୍ବିଟ କରି ଦେଶକୁ ବିଭାଜନ କରିବାକୁ ଉଦ୍ୟମ କରିଥିବାରୁ ବମ୍ବେ ହାଇକୋର୍ଟରେ ତାଙ୍କ ବିରୋଧରେ ଆବେଦନ କରାଯାଇଥିଲା । ପ୍ରଥମେ ପପୁଲାର ଗାୟକ, ଅଭିନେତା ଦିଲଜିତ ଦୋସାଞ୍ଝ ତାଙ୍କୁ କଡା ଜବାବ ଦେଇଥିଲେ । ଆଉ ଏବେ ଲୋକପ୍ରିୟ ଗାୟକ ମୀକା ସିଂ ତାଙ୍କ ଉପରେ କ୍ରୋଧିତ ନଜର ଆସୁଛନ୍ତି ।
ସେପ୍ଟେମ୍ବର ମାସରେ କଙ୍ଗନାଙ୍କ ଘର ଭଙ୍ଗାରୁଜା ମାମଲାରେ ସ୍ବର ଉତ୍ତୋଳନ କରିଥିବା ମିକା ଏବେ ତାଙ୍କ ଏହି ବବାଦୀୟ ଟ୍ବିଟ ପାଇଁ ଟାର୍ଗେଟ କରି କହିଛନ୍ତି, ‘କଙ୍ଗନାଙ୍କ ପ୍ରତି ମୋର ଅତ୍ୟଧିକ ସମ୍ମାନ ଥିଲା, ତାଙ୍କ ଅଫିସ ଯେତେବେଳେ ବିଏମସି ଭାଙ୍ଗିଥିଲା ସେତେବେଳେ ମୁଁ ସମର୍ଥନ କରି ତାଙ୍କ ସପକ୍ଷରେ ଟ୍ବିଟ କରିଥିଲି । ମୁଁ ବର୍ତ୍ତମାନ ଭାବୁଛି ମୁଁ ଭୁଲ୍ କରିଥିଲି । କାରଣ କଙ୍ଗନା ଜଣେ ମହିଳା ହୋଇ ଜଣେ ବୃଦ୍ଧାଙ୍କୁ ସମ୍ମାନ ଦେଇନାହାଁନ୍ତି । ଯଦି ଆପଣଙ୍କର କୌଣସି ଶୈଳୀ ଅଛି ତେବେ କ୍ଷମା ମାଗନ୍ତୁ । ତୁମକୁ ଲଜ୍ୟା ଲାଗିବା କଥା ।’