ମୁମ୍ବାଇ: ଧିରେ ଧିରେ କରି ଅନେକ କଳାକାର ବଲିଉଡରେ ଚାଲିଥିବା ପରିବାରବାଦ ଉପରେ ମୁହଁ ଖୋଲିବାରେ ଲାଗିଛନ୍ତି । ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ପରେ ବଲିଉଡ ଉପରେ ପରିବାରବାଦ ଅଭିଯୋଗ ଲଗାଇଛନ୍ତି ଅନେକ ଲୋକ । ଏଥିରେ ସାମିଲ ଅଛନ୍ତି ସୁଶାନ୍ତଙ୍କ ଫ୍ୟାନ୍ସ ସମେତ ସେଲିବ୍ରିଟି, ରାଜନେତା, ଗାୟକ-ଗାୟିକା । ଏମିତି ପରିସ୍ଥିତିରେ ବଲିଉଡରେ ଗଡଫାଦର ରହିବାର ଆବଶ୍ୟକ ଅଛି ବୋଲି ପ୍ରଶ୍ନ ଉଠୁଛି । ଏବେ ଏହି ମାମଲାରେ ଲୋକପ୍ରିୟ ଗାୟକ କୁମାର ସାନୁଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି ।
ବଲିଉଡରେ ଦେଖିବାକୁ ମିଳେ ସବୁଠୁ ଅଧିକ ପରିବାରବାଦ: କୁମାର ସାନୁ - ଗାୟକ କୁମାର ସାନୁଙ୍କ ବଡ ବୟାନ
ବଲିଉଡକୁ ନେଇ ପ୍ରଥମଥର ମୁହଁ ଖୋଲିଲେ କୁମାର ସାନୁ । ସୁଶାନ୍ତଙ୍କ ମୃତ୍ୟୁକୁ ଏଯାବତ ବିଶ୍ବାସ କରିପାରୁନାହାଁନ୍ତି ସେ ।
ପୂର୍ବରୁ ପରିବାରବାଦ ଉପରେ ଅଭିନବ ସିଂ କଶ୍ୟପ, କଙ୍ଗନା ରଣାୱତ, କୋଏନା ମିତ୍ରା, ଅନୁଭବ ସିହ୍ନା ଓ ରବୀନା ଟଣ୍ଡନ ଭଳି କଳାକାର ସ୍ବର ଉଠାଇସାରିଛନ୍ତି । ସେହିପରି ସୁଶାନ୍ତଙ୍କ ମୃତ୍ୟୁରେ କୁମାର କହିଛନ୍ତି ଯେ ସେ କମ ବୟସରେ ଏବଂ କମ ସମୟରେ ଶାନଦାର କାମ କରିଥିଲେ । ବଲିଉଡକୁ ଅନେକ ହିଟ୍ ଫିଲ୍ମ ଦେଇଥିଲେ ଆଉ ଇଣ୍ଡଷ୍ଟ୍ରିରେ ନିଜର ସ୍ବତନ୍ତ୍ର ସ୍ଥାନ ସ୍ଥାପନ କରିଥିଲେ । ହେଲେ ସେ ଆତ୍ମହତ୍ୟା ଭଳି ପଦକ୍ଷେପ ନେଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି ।
ଯାହାକୁ ସେ ସହଜରେ ବିଶ୍ବାସ କରିପାରୁନାହିଁନ୍ତି । କାରଣ ସେ ଯାହା ମଧ୍ୟ ତାଙ୍କ ବିଷୟରେ ଶୁଣିଛନ୍ତି ସେଥିରୁ ଜଣାପଡୁଛି ଯେ ସୁଶାନ୍ତ ଜଣେ ସକାକାତ୍ମକ ଭାବନା ରଖୁଥିବା ବ୍ୟକ୍ତି ଥିଲେ । ହୁଏତଃ ବଲିଉଡରେ ଚାଲିଥିବା ପରିବାରବାଦ ପାଇଁ ସେ ଆତ୍ମହତ୍ୟା କରିଥାଆନ୍ତି । କାରଣ ବଲିଉଡରେ ଅଧିକ ପରିବାରବାଦ, ମାଫିଆଗିରି, ଗୁଣ୍ଡାରାଜ ଚାଲିଛି । ଯାହାର ଶିକାର ଅନେକ ହେଉଛନ୍ତି । ହେଲେ ସେ କେବଳ ବର୍ତ୍ତମାନ ତାଙ୍କ ଆତ୍ମର ଶାନ୍ତି ପାଇଁ ପ୍ରାର୍ଥନା କରିପାରିବେ । ଏବେ ବି ସେ ଭାବୁଛନ୍ତି ଖାସ୍ ଏପରି ପଦକ୍ଷେପ ସୁଶାନ୍ତ ନେଇ ନଥାଆନ୍ତେ ବୋଲି ଏକ ସାକ୍ଷାତକାରରେ କହିଥିଲେ କୁମାର ।