ଓଡିଶା

odisha

ETV Bharat / sitara

3 ମାସ ଭର୍ଚୁଆଲ ଡେଟିଂ ପରେ ବଏଫ୍ରେଣ୍ଡଙ୍କୁ ସାକ୍ଷାତ କଲେ ଜସଲୀନ - ଫେମସ କସ୍ମେଟିକ ସର୍ଜନ ଅଭିନୀତଙ୍କୁ ଡେଟ କରୁଛନ୍ତି ଜସଲୀନ ମାଥୁର

ଗାୟିକା, ମଡେଲ ଜସଲୀନଙ୍କୁ ମିଳିଯାଇଛି ମନର ସାଥୀ। ଫେମସ କସ୍ମେଟିକ ସର୍ଜନ ଅଭିନୀତଙ୍କୁ ଡେଟ କରୁଛନ୍ତି ସେ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଜସଲୀନ ମାଥୁର
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଜସଲୀନ ମାଥୁର

By

Published : Jul 23, 2020, 3:53 PM IST

ମୁମ୍ବାଇ: ବିଗ ବସ ଫେମସ ଜସଲୀନ ମାଥୁର ଏହି ସମୟରେ ନିଜ ଲଭଲାଇଫକୁ ନେଇ ଚର୍ଚ୍ଚାରେ। ତାଙ୍କ ଜୀବନରେ ଜଣେ ସ୍ପେଶାଲ ବ୍ୟକ୍ତିଙ୍କ ଏଣ୍ଟ୍ରି ହୋଇଛି। ଯାହା ପାଇଁ ସେ ଖୁବ୍ ଖୁସି ନଜର ଆସୁଛନ୍ତି । ଆଜ୍ଞା ହଁ, ସେ କସ୍ମେଟିକ ସର୍ଜନ ଅଭିନୀତ ଗୁପ୍ତାଙ୍କୁ ଡେଟ କରୁଛନ୍ତି । ଯାହାର ଖୁଲାସା ସେ ଏକ ସାକ୍ଷାତକାରରେ କରିଛନ୍ତି ।

ନିକଟରେ ଜସଲୀନ ପ୍ରଥମଥର ବୟଫ୍ରେଣ୍ଡ ଅଭିନୀତଙ୍କୁ ସାକ୍ଷାତ କରିଥିଲେ। ଏହାପୂର୍ବରୁ ଦୁଇଜଣ ଭର୍ଚୁଆଲ ଡେଟ କରୁଥିଲେ । ସାକ୍ଷାତକାରରେ ଜସଲୀନ କହିଛନ୍ତି, ‘ମୁଁ ଏବେ ଭୋପାଲରୁ ଫେରିଛି । 15 ଦିନ ମୁଁ ଭୋପାଲରେ ଥିଲି। ସେଠାରେ ଅଭିନୀତଙ୍କ ପରିବାରର ସହ ସାକ୍ଷାତ କରିଥିଲି । ମୋ ଆଉ ଅଭିନୀତ ମିଶି ଏକ ଗୀତ ମଧ୍ୟ ସୁଟ କରିଛୁ। ଯାହା ଏକ ଦୁଃଖଭରା ଗୀତ । ଗୀତଟି ଖୁବଶୀଘ୍ର ୟୁଟ୍ୟୁବରେ ରିଲିଜ ହେବ । ମୁଁ ତାଙ୍କ ସହ ଶାନଦାର ସମୟ ବିତାଇଥିଲି।’

ପ୍ରଥମଥର ତାଙ୍କ ସହ ଭୋପାଲରେ ସାକ୍ଷାତ କରିଥିଲେ ସେ । ପୂର୍ବରୁ ଆମେ ଦୁଇଜଣ ଭିଡିଓ କଲରେ କଥାବାର୍ତ୍ତା କରୁଥିଲୁ । ଅଭିନୀତଙ୍କ ସହ ତାଙ୍କୁ ତାଙ୍କ ଗୁରୁ ତଥା ଭଜନ ସମ୍ରାଟ ଅନୁପ ଜୋଟାଲା ସାକ୍ଷାତ କରାଇଥିଲେ । ଅଭିନୀତଙ୍କ ପିତା ଓ ଅନୁପ ପରସ୍ପରର ଭଲ ବନ୍ଧୁ ବୋଲି କହିଛନ୍ତି ଜସଲୀନ।

ପ୍ରକାଶ ଥାଉକି ଅଭିନୀତଙ୍କ ଭୋପାଲ, ଇନ୍ଦୋର ଓ ପୁନେରେ କ୍ଲିନିକ ଅଛି । ଦୁଇଜଣ 2-3 ବର୍ଷ ମଧ୍ୟରେ ବିବାହ କରିବାର ଯୋଜନା କରିଛନ୍ତି ।

For All Latest Updates

ABOUT THE AUTHOR

...view details