ନୂଆଦିଲ୍ଲୀ:ବଲିଉଡ଼ର ଲୋକପ୍ରିୟ ଗାୟକ ହନି ସିଂ ତଥା ହିରଦେଶ ସିଂଙ୍କ ନାମରେ ଘରୋଇ ହିଂସା ଅଭିଯୋଗ କରିଥିଲେ ପତ୍ନୀ ଶାଲିନି ସିଂ । ଆଜି ଦିଲ୍ଲୀର ତିସ ହଜାରୀ କୋର୍ଟରେ ଶୁଣାଣି ଥିବା ବେଳେ କୋର୍ଟରେ ହାଜର ହୋଇନାହାନ୍ତି YO YO । ହନି ସିଂ ନିଜ ଓକିଲଙ୍କ ଜରିଆରେ ଆଜି କୋର୍ଟରୁ ହାଜିର ନ ହେବା ପାଇଁ ଛୁଟି ମାଗିଥିବା ଜଣାପଡ଼ିଛି ।
ହନି ଅସୁସ୍ଥ ଥିବାରୁ ସେ କୋର୍ଟରେ ଉପସ୍ଥିତ ହୋଇପାରିନଥିବା ତାଙ୍କ ଓକିଲ କହିଛନ୍ତି । ଆଗକୁ ଥିବା ଶୁଣାଣି ଦିନ ସେ କୋର୍ଟରେ ଉପସ୍ଥିତ ହେବେ ବୋଲି କହିଛନ୍ତି । ଏହାପରେ କୋର୍ଟ ହନିଙ୍କ ମେଡିକାଲ ରିପୋର୍ଟ ସହିତ ଗତ ୩ ବର୍ଷର ଇନକମ ଟାକ୍ସ ଓ ସବିଶେଷ ଆୟ ବିବରଣୀର ରିପୋର୍ଟ ଦାଖଲ କରିବାକୁ ନିଷ୍ପତ୍ତି ଦେଇଛନ୍ତି । ମେଟ୍ରୋପଲିଟାନ ମାଜିଷ୍ଟ୍ରେଟ ତାନ୍ୟା ସିଂ ହନି ସିଂଙ୍କୁ ଏହି ରିପୋର୍ଟ ଦାଖଲ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।
ହନି ହନିମୁନ ସମୟରୁ ପତ୍ନୀ ସାଲିନିଙ୍କୁ ନିର୍ଯାତନା ଦେଉଥିବା ସେ ଅଭିଯୋଗ କରିଛନ୍ତି । ଆଫ୍ରିକାର ମରିସସରେ ସେମାନେ ହନିମୁନ ପାଇଁ ଯାଇଥିବା ବେଳେ ସେଠାରେ ହନିଙ୍କ ବ୍ୟବହାର ବଦଳିଥିଲା । ଏହି ବ୍ୟବହାର ବଦଳିବା ସମ୍ପର୍କରେ ସାଲିନି ହନିଙ୍କୁ ପ୍ରଶ୍ନ କରିବା ପରେ ସେ ତାଙ୍କୁ ଧକ୍କା ମାରିଥିଲେ । ହନି ସିଂଙ୍କୁ କେହି ପ୍ରଶ୍ନ ପଚାରିନଥାନ୍ତି । ସେ କେମିତି ପ୍ରଶ୍ନ ପଚାରିବାକୁ ସାହାସ କଲେ ବୋଲି ହନି ପତ୍ନୀଙ୍କୁ କହିଥିଲେ ।