ଓଡିଶା

odisha

ETV Bharat / sitara

ରିଲିଜ ହେଲା ‘ଔର ପ୍ୟାର କରନା ହେ’ ମ୍ୟୁଜିକ ଭିଡିଓ, ନେହାଙ୍କ ପ୍ରେମରେ ଗୁରୁ - ନେହା କକ୍କରଙ୍କ ଦମଦାର କଣ୍ଠ

ଟି-ସିରିଜର ନୂଆ ଗୀତ ‘ଔର ପ୍ୟାର କରନା ହେ’ ରେ ନଜର ଆସିଲେ ନେହାଙ୍କ ସହ ଗୁରୁ । ରିଲିଜ ହେଲା ଗୀତ। ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଗୁରୁ ରନ୍ଧୱା
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଗୁରୁ ରନ୍ଧୱା

By

Published : Mar 3, 2021, 2:59 PM IST

ମୁମ୍ବାଇ: ଦୁଇ ପପୁଲାର ସିଙ୍ଗରଙ୍କ ଯୋଡି ସୃଷ୍ଟି କଲା ଚହଳ । ଗୋଟିଏ ପଟେ ନେହା କକ୍କରଙ୍କ ଦମଦାର କଣ୍ଠ ସହ ତାଳ ମିଶାଇଲେ ପଞ୍ଜାବର ଲୋକପ୍ରିୟ ଗାୟକ ଗୁରୁ ରନ୍ଧୱା । ଏହି ଯୋଡିଙ୍କ ନୂଆ ମ୍ୟୁଜିକ ଭିଡିଓ ‘ଔର ପ୍ୟାର କରନା ହେ’ ରିଲିଜ ହୋଇଯାଇଛି । ନେହାଙ୍କ ସହ ଗୁରୁଙ୍କ କେମେଷ୍ଟ୍ରି ସେପଟେ ଦର୍ଶକଙ୍କ ମନ କିଣିବାରେ ଲାଗିଛି ।

ଏହି ରୋମାଣ୍ଟିକ ଭାବବିହ୍ବଳ ଗୀତକୁ ଟି-ସିରିଜର ୟୁଟ୍ୟୁବରେ ରିଲିଜ କରାଯାଇଛି । ଯେଉଁଥିରେ ପରସ୍ପରକୁ ଆହୁରି ଭଲ ପାଇବା କଥା କହୁଛନ୍ତି ନେହା ଓ ଗୁରୁ । ରିଲିଜର କିଛି ଘଣ୍ଟା ମଧ୍ୟରେ ଗୀତକୁ 4 ଲକ୍ଷରୁ ଅଧିକ ଭ୍ୟୁ ମିଳିସାରିଲାଣି ।

ସେପଟେ ଗୁରୁ ସୋସିଆଲ ମିଡିଆରେ ଗୀତ ସେୟାର କରି ଫ୍ୟାନ୍ସଙ୍କୁ ରିଲିଜ ସୂଚନା ଦେଇଥିଲେ । ଯାହାର ଲିରିକ୍ସ ଲେଖିଛନ୍ତି, ସଇଦ କାଦରୀ । ଆଉ ନିର୍ଦ୍ଦେଶନା ଦେଇଛନ୍ତି ସଚେତ ପରମପରା । ଆପଣ ବି ଦେଖନ୍ତୁ ଗୀତ...

ABOUT THE AUTHOR

...view details